ଭୁବନେଶ୍ୱର,୧୭।୧୧: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍ ମିଳିବ । ସେହିପରି ଡିସେମ୍ବର ୫ରୁ ଅଫଲାଇନ ଟିକେଟ୍ ବିକ୍ରି ହେବ। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଖେଳାଯିବ।
ନଭେମ୍ବରରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳାଯିବ। ତେବେ ଏହି ଟି ୨୦ ସିରିଜ ମଧ୍ୟରୁ ପ୍ରଥମ ମ୍ୟାଚଟି ବାରବାଟୀରେ ଖେଳାଯିବ। ସୂଚନାଯୋଗ୍ୟ, ବାରବାଟୀକୁ ଆଉ ଏକ ଅନ୍ତଜାର୍ତୀୟ ମ୍ୟାଚ ଆୟୋଜନ କରାଇବା ପାଇଁ ଓସିଏ ପକ୍ଷରୁ ବିସିସିଆଇକୁ ନିବେଦନ କରାଯାଇଥିଲା।
ଗତ ଫେବୃଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ସଫଳତାର ସହିତ ଶେଷ ହୋଇଥିଲା। କେବଳ ମ୍ୟାଚ ସମୟରେ ଫ୍ଲଡ ଲାଇଟ ଖରାପ ହେବା ଘଟଣାକୁ ଛାଡିଦେଲେ ବାକି ସବୁକିଛି ଯୋଜନା ମୁତାବକ ଚାଲିଥିଲା।

