ବ୍ରାଟିସ୍ଲାଭା,୧୬ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏବଂ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋଙ୍କ ମଧ୍ୟରେ ସୋମବାର ଦ୍ୱିପାକ୍ଷିକ ଆଲୋଚନା ପରେ ୨ ଦେଶ ମଧ୍ୟରେ ସହଭାଗିତାକୁ ବ୍ୟାପକ କରିବାକୁ ସହମତ ହୋଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ବଢ଼ାଇବାକୁ ଉଭୟ ନେତା ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ଅବସରରେ ପ୍ରତିରକ୍ଷା ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ସ୍ଲୋଭାକିଆକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ ଅବସରରେ ୨ ଦେଶ ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ଏବଂ ସହଭାଗିତାକୁ ବ୍ୟାପକ କରିବା ଲାଗି ଆନୁଷ୍ଠାନିକ ଭାବେ ସହମତ ହୋଇଛନ୍ତି। ଗାଡ଼ି, ରେଲଓ୍ବେ, ଆଧୁନିକ ଉତ୍ପାଦନ ଏବଂ ସବୁଜ ପ୍ରଯୁକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହୋଇଛି।
ଭାରତ-ୟୁରୋପୀୟ ୟୁନିୟନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ଏକାଠି କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆମେ ଆମ ସମ୍ପର୍କକୁ ବିସ୍ତୃତ ସହଭାଗିତାକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାରେ ସ୍ଲୋଭାକିଆର ସହଯୋଗ ପାଇଁ ଫିକୋଙ୍କୁ ମୋଦି ପ୍ରଶଂସା କରିଛନ୍ତି। ମୋଦି ଭାରତରେ ସର୍ବାଧିକ ସମୟ କ୍ଷମତାରେ ଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଫିକୋ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ବାିଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ)ରେ ସମ୍ମାନିତ କରାଯାଇଛି। ମୋଦିଙ୍କୁ ବିଦେରେ ଏହା ୩୩ତମ ଅନ୍ତର୍ଜାତୀୟ ସମ୍ମାନ।