Posted inଖେଳ

ଫିଫା ୨୦୩୪ ବିଶ୍ୱକପ୍‌ର କିଛି ମ୍ୟାଚ୍ ଆୟୋଜନ କରିବାକୁ ଚିନ୍ତା କରୁଛି ଭାରତ

ନୂଆଦିଲ୍ଲୀ,୧୭/୧୨: ୨୦୩୪ ଫିଫା ବିଶ୍ୱକପ୍ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର କିଛି ମ୍ୟାଚ୍ ଆୟୋଜନ କରିବାକୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (ଏଆଇଏଫଏଫ) ଯୋଜନା କରୁଛି। ଅକ୍ଟୋବର ୩୧ ତାରିଖ ପରେ ଫିଫା ନିଶ୍ଚିତ କରିଥିଲା ଯେ ୨୦୩୪ ବିଶ୍ୱକପ ପାଇଁ ସାଉଦି ଆରବ ଏକମାତ୍ର ବିଡର ଅଟେ।

ଅକ୍ଟୋବର ୧୮ ରେ ଅନୁଷ୍ଠିତ ଏସିଆନ ଫୁଟବଲ କନଫେଡେରେସନର ଏକ ଜରୁରୀକାଳୀନ ବୈଠକରେ ସାଉଦି ଆରବର ବିଡକୁ ଭାରତ ସମର୍ଥନ କରିଥିଲା। ବର୍ତମାନ ଏହା ଜାଣିବାକୁ ମିଳିଛି ଯେ ଏଆଇଏଫଏଫ ସଭାପତି କଲ୍ୟାଣ ଚୋୖବେ କାର‌୍ୟ୍ୟନିର୍ବାହୀ କମିଟି ସଦସ୍ୟଙ୍କୁ କହିଛନ୍ତି ଯେ ୨୦୩୪ ବିଶ୍ୱକପ୍‌ର କିଛି ମ୍ୟାଚ୍ ଆୟୋଜନ କରିବାକୁ ଭାରତ ଚିନ୍ତା କରିବା ଉଚିତ୍।

୪୮ ଟିମକୁ ନେଇ ୨୦୩୪ ବିଶ୍ୱକପରେ ୧୦୪ ଟି ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ସେଥି ମଧ୍ୟରୁ କିଛି (ପ୍ରାୟ ୧୦ ଟି ମ୍ୟାଚ୍) ଭାରତରେ ଅନୁଷ୍ଠିତ ହୋଇପାରେ। ନଭେମ୍ବର ୯ ରେ ଅନୁଷ୍ଠିତ ଏଆଇଏଫଏଫ କାର୍ଯ୍ୟନିର୍ବାହୀ କମିଟିର ଡ୍ରାଫ୍ଟରେ କୁହାଯାଇଛି ଯେ ୨୦୩୪ ମସିହାରେ ବିଶ୍ୱକପ ପାଇଁ ସହଯୋଗୀ ଆୟୋଜକ ହେବା ଦିଗରେ କାର୍ଯ୍ୟ କରିବାକୁ ଭାରତ ଚିନ୍ତା କରିବା କିମ୍ବା ଯୋଜନା କରିବା ଉଚିତ ବୋଲି ଚୋୖବେ ବୈଠକରେ କହିଥିଲେ।

ତିନି ମହାଦେଶରେ (ଆଫ୍ରିକା, ୟୁରୋପ ଏବଂ ଦକ୍ଷିଣ ଆମେରିକା) ୨୦୩୦ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେବା ପରେ ଫିଫା ୨୦୩୪ ବିଶ୍ୱକପ୍‌ର ହୋଷ୍ଟିଂ ଯୋଗ୍ୟତାକୁ ଏସିଆ କିମ୍ବା ଓସେନିଆରେ ସୀମିତ ରଖିଥିଲା। ୨୦୨୭ରେ ଏଏଫସି ଏସିଆ କପ୍ ଆୟୋଜନରୁ ଭାରତ ଓହାରୀ ଯିବା ପରେ ସାଉଦି ଆରବ ଏହାକୁ ମଧ୍ୟ ଆୟୋଜନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri