ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…

ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି। ଆମେରିକା କହିଛି ଯେ, ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନକରୁ। ଯଦି ଭାରତ ଏହି ଚୁକ୍ତିକୁ ସ୍ବୀକାର କରେ ତେବେ ଭୁଲ ପକ୍ଷକୁ ସମର୍ଥନ କରୁଥିବା କୁହାଯିବ।

ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସୋକି କହିଛନ୍ତି ଯେ ଯଦି ଭାରତ ଏହି ଡିଲକୁ ଗ୍ରହଣ କରେ ତେବେ ଏହା ପ୍ରତିବନ୍ଧକର ଉଲ୍ଲଂଘନ ତ ହେବ ନାହିଁ। ତେବେ ଏହି ଡିଲ ନିଶ୍ଚିତ ଭାବରେ ଭାରତକୁ ଭୁଲ ପକ୍ଷରେ ରଖିପାରେ। ତେଣୁ ରୁଷିଆର ଡିଲ୍‌କୁ ଗ୍ରହଣ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ସତର୍କ କରାଇଛନ୍ତି।

Share