ଏହି ବିପଜ୍ଜନକ ମିଶାଇଲ୍‌ ନିର୍ମାଣ କରି ସାରା ବିଶ୍ୱକୁ ଚମକାଇଦେଲା ଭାରତ: ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୧୬।୭: ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ବଡ଼ ସଫଳତା ହାସଲ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ‘ଏକ୍ସଟେଣ୍ଡେଡ୍‌ ଟ୍ରାଜେକ୍ଟୋରୀ ଲଙ୍ଗ ଡ୍ୟୁରେସନ ହାଇପରସୋନିକ କ୍ରୁଜ ମିସାଇଲ (ET-LDHCM)’ର ସଫଳ ପରୀକ୍ଷଣ କରିଛି। ଏହି ମିଶାଇଲ ଶବ୍ଦର ଗତି ଅର୍ଥାତ୍‌ MAC 8 ଠାରୁ ୮ ଗୁଣ ଦ୍ରୁତ ଗତିରେ ଉଡ଼ିପାରିବ ଏବଂ ୧,୫୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶତ୍ରୁ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ।

‘ପ୍ରୋଜେକ୍ଟ ବିଷ୍ଣୁ’ ଅଧୀନରେ ନିର୍ମିତ ଏହି ମିଶାଇଲ ବ୍ରହ୍ମୋସ, ଅଗ୍ନି ଏବଂ ଆକାଶ ପରି ବିଦ୍ୟମାନ ଭାରତୀୟ ମିଶାଇଲ ସିଷ୍ଟମ ଅପେକ୍ଷା ବହୁତ ଉନ୍ନତ ଏବଂ ଶକ୍ତିଶାଳୀ। ଏହା ସ୍କ୍ରାମଜେଟ ଇଞ୍ଜିନ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ, ଯାହା କୌଣସି ପାରମ୍ପରିକ କମ୍ପ୍ରେସର ବିନା ବାୟୁମଣ୍ଡଳୀୟ ଅକ୍ସିଜେନ ବ୍ୟବହାର କରେ। ଏହାର ଗତି ବ୍ରହ୍ମୋସ (Mach 3) ଅପେକ୍ଷା ତିନି ଗୁଣ ଅଧିକ। ଏହା ୨,୦୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରିବ ଏବଂ ୧,୦୦୦ରୁ ୨,୦୦୦ କିଲୋଗ୍ରାମ ଓଜନର ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ।

ET-LDHCM ର ବିଶେଷତ୍ୱ କ’ଣ?

ET-LDHCM କୁ ସ୍ଥଳ, ବାୟୁ ଏବଂ ସମୁଦ୍ରରୁ ନିକ୍ଷେପ କରାଯାଇପାରିବ। ଏହା ରାଡାରକୁ ଏଡାଇ ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏବଂ ଦିଗ ପରିବର୍ତ୍ତନ କରିବାର କ୍ଷମତା ରଖିଛି, ଯାହା ଏହାକୁ S-500 ଏବଂ ଆଇରନ ଡୋମ ଭଳି ଆଧୁନିକ ପ୍ରତିରକ୍ଷା କବଚ ପାଇଁ ଏକ ଚ୍ୟାଲେଞ୍ଜ କରିଥାଏ।

ଏହି ମିଶାଇଲ୍‌ର ପରୀକ୍ଷଣ ସହିତ, ଭାରତ ଏବେ ଆମେରିକା, ରୁଷିଆ ଏବଂ ଚାଇନା ଭଳି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି, ଯେଉଁମାନଙ୍କ ପାଖରେ ସ୍ବଦେଶୀ ହାଇପରସୋନିକ ମିଶାଇଲ୍‌ ପ୍ରଯୁକ୍ତିବିଦ୍ୟା ଅଛି। ଏହା ଭାରତର ରଣନୈତିକ ଶକ୍ତିକୁ ନୂତନ ଉଚ୍ଚତାକୁ ନେଇଥାଏ ଏବଂ ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବଢ଼ୁଥିବା ପ୍ରଭାବର ଜବାବରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।

ଭାରତ ଏହି ପରୀକ୍ଷଣ ଏପରି ଏକ ସମୟରେ କରିଛି, ଯେତେବେଳେ ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ଶୀର୍ଷରେ ଅଛି। ଗୋଟିଏ ପଟେ ଇସ୍ରାଏଲ-ଇରାନ ମଧ୍ୟରେ ମୁକାବିଲା ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି, ଅନ୍ୟପଟେ ଭାରତ-ପାକିସ୍ତାନ ସମ୍ପର୍କରେ ନିରନ୍ତର ଉତ୍ତେଜନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ଏହାର ପ୍ରତିରକ୍ଷା ପ୍ରସ୍ତୁତିକୁ ନୂତନ ଉଚ୍ଚତା ଦେଉଛି। ବିଶେଷକରି ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ସାମରିକ ନିକଟତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର ବଢ଼ୁଥିବା ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି, ଭାରତ ବ୍ରହ୍ମୋସ, ଅଗ୍ନି-୫ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ରର ଉନ୍ନତିକରଣ ସହିତ ନୂତନ ପିଢ଼ିର ଘାତକ ଅସ୍ତ୍ରଶସ୍ତ୍ର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri