Categories: ଜାତୀୟ

ଚାଇନା ସୀମାରେ ଖୁବ୍‌ ଶୀଘ୍ର ଭାରତ ନିର୍ମାଣ କରିବ ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ

ନୂଆଦିଲ୍ଲୀ, ୧୪।୬: ଚାଇନା ସୀମାରେ ଭାରତ ଖୁବ୍‌ ଶୀଘ୍ର ବୃହତ ଜଳ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ କରିବ। ରାଜ୍ୟ ଜଳବିଦ୍ୟୁତ୍‌ କମ୍ପାନୀ ଏନ୍‌ଏଚ୍‌ପିସି ଏଲ୍‌ଟିଡି ଏହି ମେଗା ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେଇଛି। ପ୍ରକଳ୍ପ ନେଇ ମୋଟ ୮ଟି ୟୁନିଟର ଆବଶ୍ୟକତା ଥିବାବେଳେ ପ୍ରଥମ ୟୁନିଟ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଫାଇନାନ୍ସ ଡିରେକ୍ଟର ରାଜେନ୍ଦ୍ର ପ୍ରସାଦ ଗୋୟଲ ସୂଚନା ଦେଇଛନ୍ତି। ଦେଖାଯାଉଥିବା ବିଦ୍ୟୁତ୍‌ ସଙ୍କଟକୁ ଏହି ପ୍ରକଳ୍ପ ଜରିଆରେ ପୂରଣ କରାଯିବ। ୨୦୦୩ରୁ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହିଥିଲା।

Share