ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ତେବେ ମୁଣ୍ଡପିଛା ଆୟ କ୍ଷେତ୍ରରେ ଏବେ ମଧ୍ୟ ବଡ଼ ବ୍ୟବଧାନ ରହିଛି।

ଭାରତରେ ବର୍ତ୍ତମାନ ମୁଣ୍ଡପିଛା ଆୟ ପ୍ରାୟ ୨,୮୧୮ ଡଲାର ରହିଛି। ଯେତେବେଳେ ଚାଇନାରେ ୧୩,୩୦୦ ଡଲାରରୁ ଅଧିକ। ସେହିଭଳି ବିକଶିତ ଦେଶ ଗୁଡିକର ୪୦,୦୦୦ ଡଲାରରୁ ଅଧିକ ରହିଛି।

ଅର୍ଥନୀତିଜ୍ଞଙ୍କ ଅନୁସାରେ, ଏହାର କିଛି ମୁଖ୍ୟ କାରଣ ରହିଛି।

ପ୍ରଥମତଃ ଭାରତରେ ଶ୍ରମଶକ୍ତିର ଅସନ୍ତୁଳନ ଗଭୀର ମାତ୍ରାରେ ରହିଛି। ଆମ ଦେଶରେ ପ୍ରାୟ ୪୬.୧% ଶ୍ରମିକ କୃଷି କ୍ଷେତ୍ରରେ ନିୟୋଜିତ। କିନ୍ତୁ ଜିଡିପିରେ ଏହାର ଅବଦାନ ମାତ୍ର ୧୭.୮%। ଅର୍ଥାତ୍ ଅଧାରୁ ଅଧିକ ଲୋକ ଏମିତି ଏକ କ୍ଷେତ୍ରରେ ଅଛନ୍ତି ଯେଉଁଠାରେ ଆୟ ସୀମିତ। ଦ୍ୱିତୀୟରେ ଭାରତର ପ୍ରାୟ ୮୨% ରୁ ୯୦% ଶ୍ରମିକ ଅଣଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଯେଉଁଠାରେ ସ୍ଥାୟୀ ଦରମା ବା ସାମାଜିକ ସୁରକ୍ଷାର ଅଭାବ ରହିଛି। ତୃତୀୟରେ ଭାରତର ବିଶାଳ ଜନସଂଖ୍ୟା କାରଣରୁ ମୋଟ ଜିଡିପି ଯେତେବେଳେ ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ବିଭାଜିତ ହୁଏ, ସେତେବେଳେ ଏହା କମ୍ ରହିଥାଏ।

ତେବେ ସକାରାତ୍ମକ ଦିଗକୁ ଦେଖିଲେ ଅର୍ଥବ୍ୟବସ୍ଥାର ଆକାର ବଢ଼ିବା ଦ୍ୱାରା ଦେଶର ବୈଦେଶିକ ପ୍ରଭାବ ଓ ନିବେଶ କ୍ଷମତା ବୃଦ୍ଧି ପାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ୮୧ ବିଲିୟନ ଡଲାରର ବୈଦେଶିକ ପୁଞ୍ଜି ନିବେଶ (FDI) ହୋଇଛି। ଏଥିସହିତ ୫୬ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଏବଂ ୟୁପିଆଇ (UPI) ମାଧ୍ୟମରେ ଡିଜିଟାଲ କାରବାର ବୃଦ୍ଧି ଅର୍ଥନୈତିକ ସଂସ୍କାରର ସଙ୍କେତ ଦେଉଛି।

ଅର୍ଥନୀତିଜ୍ଞଙ୍କ ମତ ଅନୁସାରେ “ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଥମେ ଆକାରରେ ବୃଦ୍ଧି ପାଆନ୍ତି ଏବଂ ପରେ ସେଠାରେ ରହୁଥିବା ନାଗରିକମାନେ ଧନୀ ହୁଅନ୍ତି।” ଭାରତ ଏବେ ସେହି ପର୍ଯ୍ୟାୟ ଦେଇ ଗତି କରୁଛି। ୨୦୩୦ ସୁଦ୍ଧା ଭାରତ ଏକ ‘ଉଚ୍ଚ-ମଧ୍ୟମ ଆୟ’ ବିଶିଷ୍ଟ ଦେଶ ହେବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ଧନତେରସ ପୂର୍ବରୁ ସୁନା ଦରକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏକ୍ସପର୍ଟ କହିଲେ ଏବେ ସୁନା କିଣିଲେ…

ନୂଆଦିଲ୍ଲୀ,୫ା୧୧: ସୁନା ଦର ଲଗାତାର ହ୍ରାସ ପାଉଛି। ଗୋଟିଏ ସମୟରେ ସୁନା ଦର ୨ ଲକ୍ଷ ଟଙ୍କା ଟପିବ ବୋଲି ଚର୍ଚ୍ଚା ହେଉଥିଲା। ଜାନୁଆରୀ ମାସରେ ଏହାର…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?