ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?

ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ତେବେ ମୁଣ୍ଡପିଛା ଆୟ କ୍ଷେତ୍ରରେ ଏବେ ମଧ୍ୟ ବଡ଼ ବ୍ୟବଧାନ ରହିଛି।

ଭାରତରେ ବର୍ତ୍ତମାନ ମୁଣ୍ଡପିଛା ଆୟ ପ୍ରାୟ ୨,୮୧୮ ଡଲାର ରହିଛି। ଯେତେବେଳେ ଚାଇନାରେ ୧୩,୩୦୦ ଡଲାରରୁ ଅଧିକ। ସେହିଭଳି ବିକଶିତ ଦେଶ ଗୁଡିକର ୪୦,୦୦୦ ଡଲାରରୁ ଅଧିକ ରହିଛି।

ଅର୍ଥନୀତିଜ୍ଞଙ୍କ ଅନୁସାରେ, ଏହାର କିଛି ମୁଖ୍ୟ କାରଣ ରହିଛି।

ପ୍ରଥମତଃ ଭାରତରେ ଶ୍ରମଶକ୍ତିର ଅସନ୍ତୁଳନ ଗଭୀର ମାତ୍ରାରେ ରହିଛି। ଆମ ଦେଶରେ ପ୍ରାୟ ୪୬.୧% ଶ୍ରମିକ କୃଷି କ୍ଷେତ୍ରରେ ନିୟୋଜିତ। କିନ୍ତୁ ଜିଡିପିରେ ଏହାର ଅବଦାନ ମାତ୍ର ୧୭.୮%। ଅର୍ଥାତ୍ ଅଧାରୁ ଅଧିକ ଲୋକ ଏମିତି ଏକ କ୍ଷେତ୍ରରେ ଅଛନ୍ତି ଯେଉଁଠାରେ ଆୟ ସୀମିତ। ଦ୍ୱିତୀୟରେ ଭାରତର ପ୍ରାୟ ୮୨% ରୁ ୯୦% ଶ୍ରମିକ ଅଣଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଯେଉଁଠାରେ ସ୍ଥାୟୀ ଦରମା ବା ସାମାଜିକ ସୁରକ୍ଷାର ଅଭାବ ରହିଛି। ତୃତୀୟରେ ଭାରତର ବିଶାଳ ଜନସଂଖ୍ୟା କାରଣରୁ ମୋଟ ଜିଡିପି ଯେତେବେଳେ ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ବିଭାଜିତ ହୁଏ, ସେତେବେଳେ ଏହା କମ୍ ରହିଥାଏ।

ତେବେ ସକାରାତ୍ମକ ଦିଗକୁ ଦେଖିଲେ ଅର୍ଥବ୍ୟବସ୍ଥାର ଆକାର ବଢ଼ିବା ଦ୍ୱାରା ଦେଶର ବୈଦେଶିକ ପ୍ରଭାବ ଓ ନିବେଶ କ୍ଷମତା ବୃଦ୍ଧି ପାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ୮୧ ବିଲିୟନ ଡଲାରର ବୈଦେଶିକ ପୁଞ୍ଜି ନିବେଶ (FDI) ହୋଇଛି। ଏଥିସହିତ ୫୬ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଏବଂ ୟୁପିଆଇ (UPI) ମାଧ୍ୟମରେ ଡିଜିଟାଲ କାରବାର ବୃଦ୍ଧି ଅର୍ଥନୈତିକ ସଂସ୍କାରର ସଙ୍କେତ ଦେଉଛି।

ଅର୍ଥନୀତିଜ୍ଞଙ୍କ ମତ ଅନୁସାରେ “ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକ ପ୍ରଥମେ ଆକାରରେ ବୃଦ୍ଧି ପାଆନ୍ତି ଏବଂ ପରେ ସେଠାରେ ରହୁଥିବା ନାଗରିକମାନେ ଧନୀ ହୁଅନ୍ତି।” ଭାରତ ଏବେ ସେହି ପର୍ଯ୍ୟାୟ ଦେଇ ଗତି କରୁଛି। ୨୦୩୦ ସୁଦ୍ଧା ଭାରତ ଏକ ‘ଉଚ୍ଚ-ମଧ୍ୟମ ଆୟ’ ବିଶିଷ୍ଟ ଦେଶ ହେବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧ: ନେତାନ୍ୟାହୁଙ୍କ ଜାଲରେ ଫସିଲେ କି ଟ୍ରମ୍ପ?

ନୂଆଦିଲ୍ଲୀ,୧୨।୩: ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ସୂତା ପାଲଟିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ…

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ହର୍ମୁଜର ଅବରୋଧକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ପେଟ୍ରୋଲିୟମ ମନ୍ତ୍ରୀ କହିଲେ – ଭାରତରେ ଅଛି…

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି।…

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri