Categories: ଖେଳ

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅକଲାଣ୍ଡ,୨୫।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୦୭ ରନ ଲକ୍ଷ୍ୟ ରଖିଛି। ଶେଷ ଓଭରରେ ୱାଶିଂଟନ ସୁନ୍ଦର ଦ୍ରୁତ ଗତିରେ ସ୍କୋର କରିବାକୁ ଭାରତର ସ୍କୋର ୩୦୦ ପାର୍‌ ହୋଇଥିଲା। ଶ୍ରେୟାସ ଆୟର ସର୍ବାଧିକ ୮୦ ରନ ସ୍କୋର କରିଥିଲେ। ଶିଖର ଧାୱନ ଏବଂ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ଟସ ହାରି ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଦୃଢ ଆରମ୍ଭ କରିଥିଲା। ଅଧିନାୟକ ଶିଖର ଧାୱନ ଏବଂ ଶୁବମନ ଗିଲ ପ୍ରଥମ ଉଇକେଟ ପାଇଁ ୧୨୪ ରନ ଭାଗିଦାରୀ କରିଥିଲେ। ଏହା ପରେ ଉଭୟ ବ୍ୟାଟ୍ସମ୍ୟାନ ଗୋଟିଏ ଓଭରରେ ଆଉଟ ହୋଇଥିଲେ। ଏଠାରୁ ନ୍ୟୁଜିଲ୍ୟାଣ୍ଡ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲା। ଶ୍ରେୟାସ ଆୟର ଏବଂ ରିଷଭ ପନ୍ତ ୩୨ ରନ ଭାଗିଦାରୀ କରିଥିଲେ, କିନ୍ତୁ ଲକି ଫର୍ଗୁସନ ଓଭରରେ ପନ୍ତ ଏବଂ ସୂର୍ଯ୍ୟକୁମାରଙ୍କୁ ଆଉଟ୍‌ କରିଥିଲେ। ଏହା ପରେ ଶ୍ରୋୟସ ସାମସନଙ୍କ ସହ ୯୪ ରନ ସହଭାଗୀତା କରି ଭାରତର ସ୍କୋରକୁ ୨୫୦ ରନ ଅତିକ୍ରମ କରିଥିଲେ। ଶେଷରେ, ୱାଶିଂଟନ ସୁନ୍ଦର ଦ୍ରୁତ ବ୍ୟାଟିଂ କରିବାରୁ ଭାରତର ସ୍କୋର ୩୦୦ ରନ ଅତିକ୍ରମ କରିଥିଲା।

ଶ୍ରେୟାସ ଆୟର ଭାରତ ପାଇଁ ସର୍ବାଧିକ ୮୦ ରନ ସ୍କୋର କରିଥିଲେ। ଶିଖର ଧାଓ୍ବନ ୭୨ ଓ ଗିଲ ୫୦ ରନ କରିଥିଲେ। ସଞ୍ଜୁ ସାମସନ ୩୬ ରନର ଇନିଂସ ଖେଳିଥିଲେ। ଶେଷରେ, ୱାଶିଂଟନ ସୁନ୍ଦର ୧୬ଟି ବଲରେ ୩୭ ରନ୍‌ର ଇନିଂସ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ଟିମ ସାଉଥି ଏବଂ ଲକି ଫର୍ଗୁସନ ତିନିଟି ଲେଖାଏ ଉଇକେଟ ନେଇଥିଲେ। ଆଡାମ ମିଲନ ଗୋଟିଏ ଉଇକେଟ ନେଇଥିଲେ।

Share