Categories: ଖେଳ

କୋରିଆକୁ ହରାଇଲା ଭାରତ

ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି।

ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍‌ତାଜ ଖାଁ (୪୪ତମ) ଓ ଅନ୍ନୁ (୪୬ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିବା ବେଳେ କୋରିଆ ପକ୍ଷରୁ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ ଜିୟୁନ୍‌ ଚୋଇ (୧୯ତମ ମିନିଟ)।

ସୂଚନାଯୋଗ୍ୟ, ଭାରତ ପ୍ରତିଯୋଗିିତାର ପୁଲ୍‌ ‘ସି’ରେ ତୃତୀୟ ସ୍ଥାନ ଅଧିକାର କରି ଟାଇଟଲ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଏହି ବିଜୟ ଦ୍ୱାରା ଟୁର୍ନାମେଣ୍ଟରେ ୯ମ ସ୍ଥାନ ଅଧିକାର କରିବାର ସୁଯୋଗ ସୃଷ୍ଟିି ହୋଇଛି। ଭାରତ ଏହାର ଅନ୍ତିମ ମ୍ୟାଚ ଶନିବାର ଚିଲି କିମ୍ବା ୟୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ)ସହ ଖେଳିବ।

Share