ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ Su-57Eକୁ ନେଇ ଭାରତ-ରୁଷିଆ ମଧ୍ୟରେ ପୁଣିଥରେ ବଡ଼ ଆଲୋଚନା ହୋଇପାରେ। ରୁଷିଆ ଭାରତକୁ Su-57E ଦେବା ସହ ଟେକ୍ନୋଲୋଜି ଟ୍ରାନ୍ସଫର ଏବଂ ଭାରତରେ ଏହାର ଯୁଗ୍ମ ଉତ୍ପାଦନ ପାଇଁ ପ୍ରସ୍ତାବ ଦେଉଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତକୁ ୨ଟି Su-57E ଦିଆଯାଇପାରେ। ଏହାପରେ ଭାରତରେ ୩ରୁ ୫ଟି ସ୍କୱାଡ୍ରନ ଗଠନ କରିବା ନେଇ ଯୋଜନା ରହିପାରେ। ଏହା ସହ Su-57ର ଇଞ୍ଜିନ ସମ୍ପର୍କିତ ପ୍ରଯୁକ୍ତି ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ଭାରତରେ ନିର୍ମାଣ କରିବାକୁ ମଧ୍ୟ ରୁଷିଆ ପ୍ରସ୍ତାବ ଦେଉଥିବା ସୂଚନା ମିଳିଛି।

ବର୍ତ୍ତମାନ ଭାରତୀୟ ବାୟୁସେନା ସମ୍ମୁଖରେ ଲଢ଼ୁଆ ବିମାନର ଅଭାବ ଏକ ବଡ଼ ଚ୍ୟାଲେଞ୍ଜ। ଅନ୍ୟପଟେ ଭାରତର ସ୍ବଦେଶୀ AMCA (Advanced Medium Combat Aircraft) ପଞ୍ଚମ ପିଢ଼ିର ଫାଇଟର ଅପରେସନାଲ ହେବାକୁ ଆହୁରି ସମୟ ଲାଗିବ।
ଏପଟେ ଚାଇନା ପାଖରେ ପୂର୍ବରୁ J-20 ପଞ୍ଚମ ପିଢ଼ିର ଫାଇଟର ଜେଟ ରହିଛି। ଏଭଳି ପରିସ୍ଥିତିରେ ରୁଷିଆ Su-57Eକୁ ଭାରତ ପାଇଁ AMCA ଆସିବା ପର୍ଯ୍ୟନ୍ତ ଏକ ‘ବ୍ରିଜ କ୍ୟାପାବିଲିଟି’ ବା ଅନ୍ତରୀଣ କ୍ଷମତା ଭାବେ ପ୍ରସ୍ତାବ ଦେଉଥିବା କୁହାଯାଉଛି।
କ୍ରେମଲିନ ପ୍ରବକ୍ତା ଦିମିତ୍ରି ପେସ୍କୋଭ ମଧ୍ୟ କହିଛନ୍ତି ଯେ Su-57Eକୁ ନେଇ ଭାରତ-ରୁଷିଆ ଆଲୋଚନାରେ ଟେକ୍ନୋଲୋଜି ଟ୍ରାନ୍ସଫର ପ୍ରସଙ୍ଗ ସାମିଲ ରହିଛି।

Su-57E ବ୍ୟତୀତ ରୁଷିଆର ଆଉ କ’ଣ ପ୍ରସ୍ତାବ?

ରୁଷିଆ କେବଳ Su-57E ନୁହେଁ, ଭାରତ ସମ୍ମୁଖରେ ଆହୁରି ଅନେକ ବଡ଼ ପ୍ରତିରକ୍ଷା ପ୍ରସ୍ତାବ ରଖୁଛି। ଏଥିରେ…

-ପ୍ରାୟ ୨୬୦ଟି Su-30MKIର ଅପଗ୍ରେଡ
-ନୂଆ AESA ରାଡାର ଓ ଏଭିଓନିକ୍ସ
-ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଓ ନୂଆ ଇଞ୍ଜିନ
-Su-30MKIରେ R-37M ଲଙ୍ଗ-ରେଞ୍ଜ ମିସାଇଲ ଇଣ୍ଟିଗ୍ରେସନ
-ଆଉ ୫ଟି S-400 ସିଷ୍ଟମ ଓ ରାଡାର
-ଷ୍ଟ୍ରାଟେଜିକ ସବମେରିନ ସମ୍ପର୍କିତ ପ୍ରସ୍ତାବ

 

Dharitri – Odisha’s No.1 Odia Daily

Share