୨୪ ଘଣ୍ଟାରେ ୮ ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ,୧୧।୬: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୨୯ ଜଣ ପଜିଟଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ନେଇଛି କରୋନା। ତେବେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୫୬କୁ ବୃଦ୍ଧି ପାଇଛି। ସେହିପରି ୪୦,୩୭୦ ଜଣ ଆକ୍ଟଭ୍‌ କେସ୍‌ ରହିଥିବା ବେଳେ ୪,୨୬,୪୮,୩୦୮ ସୁସ୍ଥ ହୋଇସାରିଲେଣି।

Share