Categories: ଜାତୀୟ

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୮।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୨୧,୨୫୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩,୩୮,୯୩,୧୩୮ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୩,୩୨,୨୫,୨୨୧ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୨ ଲକ୍ଷ ୬୮ ହଜାର ୫୪୬ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪,୫୦,୧୨୭କୁ ବୃଦ୍ଧି ପାଇଛି।

Share