Categories: ଜାତୀୟ

ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ

ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ ୧୧ ପ୍ରତିଶତ ତଳକୁ ଖସିଛି । ଷ୍ଟକହୋମ ସ୍ଥିତ ଟ୍ୟାକ ‘ସିପରି’ ପକ୍ଷରୁ ସୋମବାର ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ରିପୋର୍ଟରେ ପାକିସ୍ତାନ କଥା ବି ଉଠିଛି । ଏଥିରେ କୁହାଯାଇଛି ୨୦୧୮-୨୨ ମଧ୍ୟରେ ବିଶ୍ୱର ୮ମ ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଆମଦାନୀ ପାକିସ୍ତାନ ପକ୍ଷରୁ ୧୪ ପ୍ରତିଶତ ବୃଦ୍ଧି ହୋଇଛି, ଯେଉଁଥିରେ ଚାଇନା ଏହାର ମୁଖ୍ୟ ସପ୍ଲାୟର ରହିଛି ।

ରିପୋର୍ଟରେ କୁହାଯାଇଛି କି ରୁଷିଆ ଆକ୍ରମଣ ପରେ ଆମେରିକା ଓ ୟୁରୋପରୁ ସାମରିକ ସହାୟତା ପାଇବା ପରେ ୟୁକ୍ରେନ୍ ଗତବର୍ଷ ବିଶ୍ୱର ତୃତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ହୋଇପାରିଥିଲା । ‘ସିପରି’ ସହିତ ଜଡିତ ଜଣେ ବରିଷ୍ଠ ଗବେଷକ ପିଟର ଡି ୱିଜିମ୍ୟାନ କହିଛନ୍ତି, ଗୋଟିଏ ପଟେ ଯେଉଁଠାରେ ଗତ ବର୍ଷ ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଘଟିଥିଲା, ରୁଷିଆ ସହିତ ତିକ୍ତତା ବଢିବା କାରଣରୁ ୟୁରୋପୀୟ ଦେଶମାନଙ୍କରେ ଅସ୍ତ୍ରଶସ୍ତ୍ର ପ୍ରାୟ ବୃଦ୍ଧି ପାଇଥିଲା ।
ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀରେ ହ୍ରାସ ଏକ ଜଟିଳ କ୍ରୟ ପ୍ରକ୍ରିୟା, ଅସ୍ତ୍ର ଯୋଗାଣକାରୀଙ୍କ ବିବିଧକରଣ ଏବଂ ଆମଦାନୀ ଅପେକ୍ଷା ଘରୋଇ ଡିଜାଇନ ପସନ୍ଦ ସହିତ ଜଡିତ । ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ(ସିପରି) କହିଛି ଯେ ୨୦୧୮-୨୨ ବର୍ଷରେ ବିଶ୍ୱର ୫ଟି ବୃହତ୍ତମ ଅସ୍ତ୍ର ଆମଦାନୀକାରୀ ହେଉଛି ଭାରତ, ସୌଦି ଆରବ, କତର, ଅଷ୍ଟ୍ରେଲିଆ ଏବଂ ଚାଇନା । ରିପୋର୍ଟ ଅନୁଯାୟୀ, ୫ଟି ବୃହତ୍ତମ ଅସ୍ତ୍ର ରପ୍ତାନୀକାରୀ ମଧ୍ୟରେ ଆମେରିକା, ରୁଷିଆ, ଫ୍ରାନ୍ସ, ଚାଇନା ଓ ଜର୍ମାନୀ ଅନ୍ତର୍ଭୁକ୍ତ ।

Share