ରେକର୍ଡ କଲା ଭାରତ, ପ୍ରତି ୪ ଜଣରେ ଜଣଙ୍କୁ ଟିକା…

ନୂଆଦିଲ୍ଲୀ,୨୯।୯: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଭାରତ ନୂଆ ରେକର୍ଡ କରିଛି। ଦେଶର ପ୍ରତି ୪ ଜଣରେ ଜଣଙ୍କୁ ଟିକାଦାନ କରାଯାଇଛି। ୨୪.୮ ପ୍ରତିଶତ ଲୋକଙ୍କୁ ଟିକାର ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ଅପରପକ୍ଷରେ ୪୩.୫ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆ ସରିଛି।

ଦେଶର ମୋଟ ୬୪.୨୫ ପ୍ରତିଶତ ଲୋକ ଟିକା ନେଇଛନ୍ତି। ସେଥିମଧ୍ୟରୁ ୨୩ କୋଟି ୩୬ ଲକ୍ଷରୁ ଅଧିକଙ୍କୁ ଉଭୟ ଡୋଜ୍‌ ଦିଆଯାଇଛି। ସେହିପରି ୪୪ କୋଟି ୮୯ ଲକ୍ଷରୁ ଅଧିକଙ୍କୁ ପ୍ରଥମ ଡୋଜ୍‌ ଦିଆ ସରିଛି।

ଚାଇନା ପରେ ସର୍ବାଧିକ ଟିକାଦାନ କରିଥିବା ଦେଶ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଭାରତର ୭ଟି ରାଜ୍ୟରେ ଟିକାଦାନ ହାର ଜାତୀୟ ହାରାହାରି ଟିକାଦାନ ପ୍ରତିଶତଠାରୁ ପଛରେ ରହିଛନ୍ତି। ଉତ୍ତରପ୍ରଦେଶରେ ଉଭୟ ଡୋଜ୍‌ ପ୍ରଦାନ ହାର ସର୍ବନିମ୍ନ ରହିଛି। ରାଜ୍ୟରେ ୧୩.୬ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍‌ ପ୍ରଦାନ କରାଯାଇଛି। ବିହାରରେ ଏହା ୧୪.୫ ପ୍ରତିଶତ ଥିବାବେଳେ ଝାଡ଼ଖଣ୍ଡରେ ୧୬.୨ ପ୍ରତିଶତ ରହିଛି ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share