ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ମହାରାଷ୍ଟ୍ର ପିମ୍ପରି ଚିଚୱାଡାର ବାସିନ୍ଦା ୫୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଓମିକ୍ରନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଥମେ ସେ କରୋନାରେ ପୀଡ଼ିତ ଥିବା ବେଳେ ପରେ ତାଙ୍କର ଜିନୋମ ସିକ୍ୟୁଏନସିଂ କରାଯିବାରୁ ସେ ଇମିକ୍ରନ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଥିଲା । ଏହାସହ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । କିଛିଦିନ ପୂର୍ବରୁ ସେ ନାଇଜେରିଆରୁ ଫେରିଥିବା ବେଳେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ରହିଥିଲା । ଓମିକ୍ରନର ପ୍ରଥମ ମୃତ୍ୟୁ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣାରେ ଯେମିତି ସାମାନ୍ୟ ଢିଲା ନ ଦିଆଯାଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କେନ୍ଦ୍ର କହିଛି ।

Share