କାକାମିଗାହାରା,୫ା୬: ଭାରତ ୧୮ ବର୍ଷରୁ କମ୍ ଏସିଆକପ୍ ହକିର ଏକ ହାଇ ଭୋଲ୍ଟେଜ୍ ସେମିଫାଇନାଲରେ ୫-୩ ଗୋଲ୍ରେ ପାକିସ୍ତାନକୁ ହରାଇ ଦେଇଛି।
ଏଥିରେ ଆଶିଷ ପୂର୍ତ୍ତି ବ୍ୟକ୍ତିଗତ ୪ଟି ଗୋଲ ସ୍କୋର କରିଛନ୍ତି। ମ୍ୟାଚର ତୃତୀୟ କ୍ୱାର୍ଟର ସୁଦ୍ଧା ୨-୩ରେ ପଛୁଆ ଥିବା ଭାରତ ଶେଷ ମୁହୂର୍ତ୍ତରେ ଚମତ୍କାର ପ୍ରଦର୍ଶନ ସହ ଆକ୍ରମଣାତ୍ମକ ଖେଳି ମ୍ୟାଚ ଜିତି ନେଇଥିଲା। ଶୁକ୍ରବାରର ଏହି ମ୍ୟାଚ ଆରମ୍ଭରୁ ଉତ୍ତେଜନାପୂର୍ଣ୍ଣ ଥିଲା। ଶନିବାର ଫାଇନାଲରେ ଭାରତ-ଜାପାନ ସହିତ ମୁକାବିଲା କରିବ।