Posted inଜାତୀୟ

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ୬୯ତମ ସ୍ଥାନରେ, ୨୪ ଦେଶରେ ଭିଜା ମୁକ୍ତ ପ୍ରବେଶ…

ନୂଆଦିଲ୍ଲୀ,୧୦।୧୨ : ଆର୍ଟନ କ୍ୟାପିଟାଲ ୨୦୨୨ ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୟୁଏଇର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହି ତାଲିକାରେ ଭାରତର ପାସପୋର୍ଟ ୬୯ ତମ ସ୍ଥାନରେ ରହିଛି। ଏଥି ସହିତ ପାକିସ୍ତାନ ୯୪ ତମ ସ୍ଥାନରେ ଏବଂ ବାଂଲାଦେଶ ୯୨ ତମ ସ୍ଥାନରେ ରହିଛି। ଏହି ତାଲିକାରୁ ଏହା ଜଣା ଯାଇଥାଏ ଯେ କେଉଁ ଦେଶର ନାଗରିକମାନେ କେଉଁ ଦେଶରେ ଭିଜା ମୁକ୍ତ ପ୍ରବେଶ କରିପାରିବେ।

ଭାରତୀୟ ନାଗରିକମାନେ ଭିଜା ବିନା ୨୪ ଦେଶରେ ପ୍ରବେଶ କରିପାରିବେ। ଯେତେବେଳେ କି
୪୮ ଟି ଦେଶରେ ଭାରତୀୟ ନାଗରିକମାନେ ଭିଜା ସୁବିଧା ପାଇବେ ।୧୨୬ ଟି ଦେଶକୁ ଯିବାକୁ ଭାରତର ନାଗରିକମାନେ ଭିଜା ଆବଶ୍ୟକ କରିବେ।

ଏହି ତାଲିକାରେ ପାକିସ୍ତାନ ୯୪ ତମ ସ୍ଥାନରେ ରହିଛି। ଏଠାରେ ନାଗରିକମାନେ କେବଳ ୧୦ ଟି ଦେଶରେ ଭିଜା ମୁକ୍ତ ପ୍ରବେଶ ପାଇପାରିବେ। ଅପରପକ୍ଷରେ ପାକିସ୍ତାନ ନାଗରିକମାନେ ୧୫୪ ଟି ଦେଶରେ ପ୍ରବେଶ ପାଇଁ ଭିଜା ଆବଶ୍ୟକ ହେବ।

ଶକ୍ତିଶାଳୀ ପାସପୋର୍ଟ ଥିବା ଦେଶ ତାଲିକାରା ଦ୍ୱିତୀୟସ୍ଥାନରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ସ୍ପେନ, ଲକ୍ସେମବର୍ଗ ଏବଂ ଉତ୍ତର କୋରିଆ ଭଳି ୧୦ ଟି ୟୁରୋପୀୟ ଦେଶ ସହିତ ମୋଟ ୧୧ ଟି ଦେଶ ଅଛନ୍ତି। ଏହି ସମସ୍ତ ଦେଶର ନାଗରିକମାନେ ୧୨୬ ଟି ଦେଶରେ ଭିଜା ବିନା ପ୍ରବେଶ କରିପାରିବେ। ଯେଉଁଠାରେ ୪୭ ଟି ଦେଶରେ ଭିଜା ଆବଶ୍ୟକ ହେବ।
ଆର୍ଟନ କ୍ୟାପିଟାଲ ଦ୍ୱାରା ପ୍ରକାଶିତ ଏହି ତାଲିକାରେ ଆମେରିକା ଏବଂ ବ୍ରିଟେନ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି।
ମିଳିତ ଜାତିସଂଘରେ ଅନ୍ତର୍ଭୁକ୍ତ ୧୩୯ ଦେଶ ମଧ୍ୟରୁ ୨୦୨୨ ମସିହାରେ ୟୁଏଇର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଇଛି। ୟୁଏଇ ନାଗରିକମାନେ ସହଜରେ ୧୮୦ଟି ଦେଶରେ ଭିଜା ବିନା ପ୍ରବେଶ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି ଟଙ୍କାରେ ବିକ୍ରି ହେଲା ନୀରଜଙ୍କ ଜାଭେଲିନ୍‌

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମର ଗୁରୁବାର ଶେଷ ଦିନ ଥିଲା। ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମରେ ଧାର୍ମିକ କଳାକୃତି...

ହସ୍ପିଟାଲରେ ଭର୍ତ୍ତି ହେଲେ ୟାସିନ ମଲିକ

ନୂଆଦିଲ୍ଲୀ,୨୭ ।୭: ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।...

ରାହୁଲ ଗୌତମ ବୁଦ୍ଧ ନା ଅଙ୍ଗୁରିମାଳ, ଭାଜପାର ପ୍ରଶ୍ନ…

ନୂଆଦିଲ୍ଲୀ, ୧୧।୯ : ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏବଂ ତାମିଲ ପାଦ୍ରୀ ଜର୍ଜ ପୋନ୍ନାୟାଙ୍କ ଏକ ଭିଡିଓ ଆସିବା ପରେ ଭାଜପା...

ଉଦ୍ଧବଙ୍କୁ ଚିଠି ଲେଖିଲେ ଓ୍ବାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ,୨୮।୧୦: ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜାରି ରହିଛି ଥ୍ରୀଲର ଏବଂ ସସ୍ପେନ୍ସ। ଏହି ହାଇପ୍ରୋଫାଇଲ କେସ୍‌ରେ ଦିନକୁ ଦିନ ନୂଆ ଟୱିଷ୍ଟ...

ଭାଜପା କୃଷକଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଦଳ ସହିତ ମୋର ଖୋଲା ଲଢ଼େଇ, କହିଲେ ମେଘାଳୟ ରାଜ୍ୟପାଳ…

ଶିଲଂ, ୨୯।୯ : ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଅବସର ନେବା ପରେ ସେ ଜୟନ୍ତ...

କୃଷକଙ୍କ ପକ୍ଷରୁ ଦେଶବ୍ୟାପୀ ୪ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ନୂଆଦିଲ୍ଲୀ,୧୮ ।୨: କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ...

ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜାମିନରେ ଆସିଥିଲେ ବାହାରକୁ

ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ...

ସଂସଦ ଭବନ, ନୀତି ଆୟୋଗ ବୈଠକ ସମ୍ପର୍ଣ୍ଣ ଅର୍ଥହୀନ: ନୀତିଶ କୁମାର…

ନୂଆଦିଲ୍ଲୀ,୨୭।୫ : ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ଜନତା ଦଳ ୟୁନାଇଟେଡ(ଜେଡିୟୁ) ବର୍ତ୍ତମାନ ପ୍ରତି ପ୍ରସଙ୍ଗରେ ମୁହାଁମୁହିଁ ହେବାରେ ଲାଗିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) କେବଳ...

Advertisement
Archives

Model This Week