ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬ ଅନୁଯାୟୀ, ବିଶ୍ୱର ୧୫୪ଟି ଦେଶ ମଧ୍ୟରେ ଭାରତ ୧୬ତମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ସିଙ୍ଗାପୁର ସବୁଠାରୁ ଦାୟିତ୍ୱବାନ ରାଷ୍ଟ୍ର ଭାବେ ଶୀର୍ଷରେ ରହିଛି।

ସୋମବାର ନୂଆଦିଲ୍ଲୀରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସୂଚକାଙ୍କର ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଏହି ଇଣ୍ଡେକ୍ସ ଦର୍ଶାଉଛି ଯେ ଏକ ଦେଶ ନିଜର ନାଗରିକ ଏବଂ ସମଗ୍ର ମାନବଜାତି ପ୍ରତି କେତେ ଦାୟିତ୍ୱବାନ।

ସିଙ୍ଗାପୁର ପ୍ରଥମ ସ୍ଥାନରେ ଥିବାବେଳେ ସୁଇଜରଲ୍ୟାଣ୍ଡ ଦ୍ୱିତୀୟ ଏବଂ ଡେନମାର୍କ ତୃତୀୟ ସ୍ଥାନରେ ରହିଛି। ଭାରତ ଏହି ତାଲିକାରେ ଫ୍ରାନ୍ସ ଓ ଇଟାଲୀ ଭଳି ଦେଶଙ୍କୁ ପଛରେ ପକାଇ ୧୬ତମ ସ୍ଥାନରେ ଅଛି।

‘ୱାର୍ଲ୍ଡ ଇଣ୍ଟେଲେକଚୁଆଲ ଫାଉଣ୍ଡେସନ’ (WIF) ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ କେବଳ ଆର୍ଥିକ ବା ସାମରିକ ଶକ୍ତିକୁ ନୁହେଁ, ବରଂ ନୈତିକ ଶାସନ ଏବଂ ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇଛି।

ଏହି ସୂଚକାଙ୍କ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ହୋଇଥାଏ।

ଆଭ୍ୟନ୍ତରୀଣ ଦାୟିତ୍ୱ: ନାଗରିକଙ୍କ ମର୍ଯ୍ୟାଦା, କଲ୍ୟାଣ ଓ ସଶକ୍ତିକରଣ।

ପରିବେଶ ଦାୟିତ୍ୱ: ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତା।

ବାହ୍ୟ ଦାୟିତ୍ୱ: ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ସହଯୋଗ କ୍ଷେତ୍ରରେ ଦେଶର ଭୂମିକା।

ଏହି ଇଣ୍ଡେକ୍ସ ପ୍ରସ୍ତୁତ କରିବା ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ଏବଂ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (IIM) ମୁମ୍ବାଇର ବିଶେଷଜ୍ଞମାନେ ସହଯୋଗ କରିଛନ୍ତି। ଏଥିରେ ବିଶ୍ୱବ୍ୟାଙ୍କ, ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଭଳି ବିଶ୍ୱସ୍ତରୀୟ ସଂସ୍ଥାରୁ ତଥ୍ୟ ସଂଗ୍ରହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ଆସିଲା ବଡ ଖବର; ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ!

ଇସଲାମାବାଦ୍,୬ା୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ।…

ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ ପାଇଁ ରହିଛି ଷ୍ଟକ୍‌

ନୂଆଦିଲ୍ଲୀ,୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଖୋଲା ଯୁଦ୍ଧରେ ପରିଣତ ହୋଇଛି, ଆମେରିକା ଏବଂ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଇରାନକୁ ଗଭୀର ଭାବରେ କ୍ଷତି ପହଞ୍ଚାଇଛି। ଇରାନ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ବିପଦ, ବଙ୍ଗୋପସାଗରରୁ ହୋଇପାରେ ଆଟାକ୍‌!

ନୂଆଦିଲ୍ଲୀ,୬।୩: ତାଇୱାନ ଉପରେ ଆକ୍ରମଣ କରିବା ପୂର୍ୱରୁ, ଚାଇନା କ’ଣ ଭାରତକୁ ବହୁମୁଖୀ ମୋର୍ଚ୍ଚାରେ ସାମିଲ କରିବାକୁ ଚାହୁଁଛି? କାରଣ ଚାଇନା ଜାଣେ ଯେ ତାଇୱାନ ଉପରେ…

ପୂରଣ ହେଲା ସ୍ବପ୍ନ, UPSC ପରୀକ୍ଷାରେ ବାଜି ମାରିଲେ ଭାଜପା ନେତାଙ୍କ ପୁଅ

ନୂଆଦିଲ୍ଲୀ,୬।୩: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ ପରୀକ୍ଷା ୨୦୨୫ ପାଇଁ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ହରିୟାଣାର ଜଣେ ଭାଜପା ନେତାଙ୍କ ପୁଅ…

‘ଯେମିତି କରିବ ସେମିତି ମିଳିବ…’, ଚାଚା ନୀତୀଶଙ୍କୁ ନେଇ ଏମିତି କ’ଣ କହିଦେଲେ ରୋହିଣୀ? ଯାହାକୁ ନେଇ ହେଲାଣି ଖୁବ ଚର୍ଚ୍ଚା

ପାଟନା,୬।୩: ନୀତୀଶ କୁମାର ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି (ନୀତୀଶ କୁମାର ରାଜ୍ୟ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri