Posted inଜାତୀୟ

‘ରାହୁଲଙ୍କୁ ଥାଇଲାଣ୍ଡ ପସନ୍ଦ, ଘୋଷଣାପତ୍ରରେ ସେଠାର ଫଟୋ ଲଗାଇଛନ୍ତି’

ନୂଆଦିଲ୍ଲୀ,୫।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ରକୁ ନେଇ କଟାକ୍ଷ କରିଛି ଭାଜପା। ରାହୁଲ ଗାନ୍ଧୀଙ୍କୁ ଥାଇଲାଣ୍ଡ ପସନ୍ଦ। ଏଥିଲାଗି ସେଠାକାର ଫଟୋ ଘୋଷଣାପତ୍ରରେ ମୁଦ୍ରିତ ହୋଇଛି। ଦଳ ଜଳ ପରିଚାଳନାର ଫଟୋ ସ୍ଥାନରେ ନ୍ୟୁୟର୍କର ବଫାଲୋ ନଦୀର ଫଟୋ ଲଗାଯାଇଛି। ପରିବେଶ ପରିଷ୍କାର ପରିଚ୍ଛନ୍ନତା ସ୍ଥାନରେ ଯେଉଁ ଫଟୋ ଲାଗିଛି, ତାହା ଥାଇଲାଣ୍ଡର, ଏହାକୁ ରାହୁଲ ବେଶ ପସନ୍ଦ କରନ୍ତି ବୋଲି ଭାଜପା ଜାତୀୟ ମୁଖପାତ୍ର ଡା. ସୁଧାଂଶୁ ତ୍ରିବେଦୀ କଟାକ୍ଷ କରି କହିଛନ୍ତି।

ମୁଖପାତ୍ର ତ୍ରିବେଦୀ କହିଛନ୍ତି, ମୁଖ୍ୟ ବିରୋଧୀ ଦଳ ଏବଂ ୬୦ ବର୍ଷ ଧରି ଭାରତକୁ ଶାସନ କରିଥିବା ପୁରୁଣା ଦଳ ଏବେ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବେ ବୋଲି କହୁଛନ୍ତି। ଆଜି ମୁଦ୍ରାସ୍ଫୀତି ହାର ୫%, ବେକାରୀ ହାର ୩.୧% ରହିଛି। ସବୁଠାରୁ ସର୍ବନିମ୍ନ ଭାଜପା ଶାସନ କାଳରେ ହୋଇଛି। ୧୯୭୫ର କଂଗ୍ରେସ ଶାସନ କାଳରେ ସର୍ବାଧିକ ମୁଦ୍ରାସ୍ଫୀତି ଥିଲା।

କଂଗ୍ରେସ ଭାରତରେ ଛୁଞ୍ଚି ତିଆରି ହେଉ ନ ଥିଲା ବୋଲି କହିଛନ୍ତି। ହେଲେ ସିଭି ରମଣ ନିଜେ ୧୯୩୦ରେ ନୋବେଲ ପୁରସ୍କାର ପାଇଥିଲେ। ଟାଟାର ବିମାନସେବା ଆରମ୍ଭ ହୋଇଥିଲା, ହେଲେ ଦଳ ଛୁଞ୍ଚି ତିଆରି ହେଉ ନ ଥିଲା ବୋଲି କହି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ଏହାଛଡ଼ା ଖାର୍ଗେ ସମସ୍ତ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି। ୨୦୧୯ରେ ଏମାନେ ୭୨ ହଜାର ଦେବେ ବୋଲି କହିଥିଲେ। ହେଲେ ନିଜ ସରକାର ଥିବା ରାଜ୍ୟରେ କେତେ ହଜାର ବାଣ୍ଟିଛନ୍ତି କି? ଘୋଷଣାପତ୍ରର ନାମ ନ୍ୟାୟପତ୍ର ରଖାଯାଇଛି। ଯେଉଁ ଦଳ ଭାରତବାସୀ, ଛାତ୍ରଙ୍କ ସହ, ଯବାନଙ୍କ ସହ ନ୍ୟାୟ କରିନାହାନ୍ତି, ସେ ନ୍ୟାୟ ପତ୍ର ବିଷୟରେ କହୁଛନ୍ତି। ଏମାନେ ଛଦ୍ମ ବେଶରେ ଆସିଥାନ୍ତି। ବିଦେଶରୁ ଋଣ ନେଇ ଫଟୋ ଲଗାଉଥିଲେ। ପୂର୍ବରୁ ଭାରତର ଭାବମୂର୍ତ୍ତିକୁ ଖରାପ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

କହିରଖୁଛୁ, ଶୁକ୍ରବାର କଂଗ୍ରେସ ପକ୍ଷରୁ ନିର୍ବାଚନୀ ଘୋଷଣାପତ୍ର ଜାରି କରାଯାଇଥିଲା। ଏହାକୁ ନ୍ୟାୟ ପତ୍ର ନାମ ଦିଆଯାଇଛି। ଏହାର କାର୍ଯ୍ୟ, ଅର୍ଥ ଏବଂ କଲ୍ୟାଣ ଉପରେ କେନ୍ଦ୍ରିତ ରହିଛି। ବିଶେଷକରି କଶ୍ମୀରକୁ ରାଜ୍ୟ ମାନ୍ୟତା ଏବଂ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଦେବା ସହ କଂଗ୍ରେସ ଅନେକ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?