Posted inଜାତୀୟ

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତର ପ୍ରସ୍ତୁତି, ଲଦାଖରେ ହୋଇପାରେ ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ, ୭।୭ : ଆସନ୍ତା ବର୍ଷ ଲଦାଖରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜି -୨୦ ର ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। କେନ୍ଦ୍ର ସରକାର ମଧ୍ୟ ଏହାକୁ ଲଦାଖରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଭାରତ ଚାଇନାକୁ ଏକ କଡ଼ା ଜବାବ ଦେଇ ପାରିବ ବୋଲି କୁହାଯାଉଛି।

ଏହାପୂର୍ବରୁ ଭାରତ କହିଥିଲା ଯେ ଜି -୨୦ ଶିଖର ସମ୍ମିଳନୀ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହୋଇପାରେ। ଏଥିପାଇଁ ସରକାର ୫ ଜଣିଆ କମିଟି ଗଠନ କରିଥିଲେ। ଭାରତର ଏହି ପ୍ରସ୍ତାବକୁ ଚାଇନା ଏବଂ ପାକିସ୍ତାନ ଦୃଢ଼ ଭାବେ ବିରୋଧ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖରେ ବିଭକ୍ତ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା ହେଉଛି।

ଭାରତ ଏବଂ ଚାଇନା ସୈନିକମାନେ ମେ ୨୦୨୦ ଠାରୁ ପୂର୍ବ ଲଦାଖରେ ଏକ ସୀମା ବିବାଦରେ ଜଡିତ ଅଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସରକାରଙ୍କ ପ୍ରସ୍ତାବ ଚାଇନା ପାଇଁ ଏକ କଡ଼ା ଜବାବ ବୋଲି କୁହାଯାଇପାରେ।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୨୦୨୨ ରୁ ଭାରତ ଜି -୨୦ର ଅଧ୍ୟକ୍ଷତା କରିବ ଏବଂ ୨୦୨୩ରେ ପ୍ରଥମ ଥର ପାଇଁ ଜି -୨୦ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବ। ୭ ଏବଂ ୮ ଜୁଲାଇରେ ଜି -୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇଣ୍ଡୋନେସିଆର ବାଲିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଲଦାଖର ଉପରାଜ୍ୟପାଳ ଆର.କେ ମାଥୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷା କରିବାକୁ ଦୁଇଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏମାନେ ହେଉଛନ୍ତି ଡିଭିଜନାଲ କମିଶନର ସୌଗତ ବିଶ୍ୱାସ ଏବଂ ଲେହ-କାର୍ଗିଲ ରେଞ୍ଜ ଡିଜି ଜୁନାଦ ମହମୁଦ। ସେମାନଙ୍କୁ ନୋଡାଲ ଅଫିସର ଭାବେ ଅନୁମୋଦନ କରାଯାଇଛି। ୨୦୨୩ରେ ଜମ୍ମୁ-କଶ୍ମୀରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଭାରତର ପ୍ରସ୍ତାବ ଉପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହତଥିଲା ଯେ ଆଇନ ତଥା ନ୍ୟାୟର ଆବଶ୍ୟକତା ବିଷୟରେ ଏହି ଦଳର ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଅବଗତ ହେବେ ଏବଂ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ବିରୋଧ କରିବ। ସେହିପରି ଚାଇନ କହିଥିଲା ଯେ ସମ୍ପୃକ୍ତ ଦଳମାନେ ଏହି ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବା ଠାରୁ ଦୂରେଇ ରହିବା ଉଚିତ।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ କହିଥିଲେ ଯେ କଶ୍ମୀର ଉପରେ ଚାଇନାର ଆଭିମୁଖ୍ୟ ସ୍ଥିର ଏବଂ ଅତ୍ୟନ୍ତ ସ୍ପଷ୍ଟ। ଏହି ପ୍ରସଙ୍ଗରେ ବିବାଦ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଛି। ମିଳିତ ଜାତିସଂଘର ଚାଟର୍ର୍‌, ସୁରକ୍ଷା ପରିଷଦର ନିଷ୍ପତ୍ତି ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହାର ଏକ ଉପଯୁକ୍ତ ସମାଧାନ ମିଳିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୂଚନାଯୋଗ୍ୟ, ବିଶ୍ୱର ପ୍ରମୁଖ ଅର୍ଥନୀତିକୁ ଏକ ପ୍ଲାଟଫର୍ମରେ ଜି-୨୦ ଏକାଠି କରିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆମେରିକା, ବ୍ରିଟେନ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଜର୍ମାନୀ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁରୋପୀୟ ୟୁନିଅନ, ଦକ୍ଷିଣ କୋରିଆ ଏବଂ ତୁର୍କୀ ଆଦି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri