India Post GDS Recruitment: ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି, ଏହିଦିନ ଶେଷ ତାରିଖ, ଦରମା ମିଳିବ…

ନୂଆଦିଲ୍ଲୀ,୧୨।୨: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ ଡାକ ସେବକଙ୍କ ୨୧,୪୧୩ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି । ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ପୋଷ୍ଟର ଅଫିସିଆଲ ୱେବସାଇଟ indiapostgdsonline.gov.in ରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଭାରତୀୟ ଡାକ ବିଭାଗର ଏହି ନିଯୁକ୍ତି ପାଇଁ ପୁରୁଷ ଏବଂ ମହିଳା ଉଭୟ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୩ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ indiapostgdsonline.gov.in ରେ ଆବେଦନ କରିପାରିବେ।

GDS Recruitment 2025 : ଏହାପରେ ମାର୍ଚ୍ଚ ୬ରୁ ୮ ତାରିଖ ଭିତରେ ଫର୍ମ ସଂଶୋଧନ କରିପାରିବେ। ବୟସୀମା- ଗ୍ରାମୀଣ ଡାକ ସେବକ ପଦବୀ ପାଇଁ, ୩ ମାର୍ଚ୍ଚ, ୨୦୨୫ ସୁଦ୍ଧା ୧୮ ରୁ ୪୦ ବର୍ଷ ଭିତରେ ରହିଥିବା ଜରୁରୀ ଅଟେ । ତେବେ ଏଥିପାଇଁ ଆଶାୟୀଙ୍କୁ କେବଳ ଦଶମ ପାସ କରିଥିବା ଆବଶ୍ୟକ । GDS ନିଯୁକ୍ତି ପାଇଁ, ଜେନେରାଲ, OBC ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଫି ଦେବାକୁ ପଡିବ। ଯେତେବେଳେ SC, ST, PWD ଏବଂ ମହିଳାଙ୍କ ପାଇଁ ଆବେଦନ ମାଗଣା। ଆବେଦନ ଫି’ ଅନଲାଇନ ମୋଡ ମାଧ୍ୟମରେ ପୈଠ କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri