Categories: ଖେଳ

ଚଳିତବର୍ଷ ୨ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩।୮: ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଅଗଷ୍ଟ ୨୮ରେ ଦୁବାଇରେ ହେବାକୁ ଥିବା ଏ ଗ୍ରୁପ୍‌ର ଓପନିଂ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଗ୍ରହଣ କରିବେ। ଏହି ଟୁର୍ନାମେଣ୍ଟରେ ଦୁଇ ଦେଶ ଏକାଧିକ ଥର ମୁହାଁମୁହିଁ ହେବାର ଏକ ବଡ଼ ସୁଯୋଗ ରହିଛି। ସେମାନେ ସୁପର ୪ ପର୍ଯ୍ୟାୟରେ ପରସ୍ପର ବିପକ୍ଷରେ ଖେଳିପାରିବେ ଏବଂ ଏସିଆ କପ ଫାଇନାଲରେ ମଧ୍ୟ ଖେଳିପାରିବେ।
ଏସିଆ କପର ଏକ ମାସ ପରେ ପଡୋଶୀ ଦେଶ ଅକ୍ଟୋବର ୨୩ରେ ଆଇସିସି ଟି-୨୦ ବିଶ୍ୱକପରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପୁଣି ମୁହାଁମୁହିଁ ହେବେ। ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଦୁବାଇ ଏବଂ ଶାରଜାଠାରେ ଏସିଆ କପ ୨୦୨୨ ଖେଳାଯିବ। ଗ୍ରୁପ ଏରେ ଭାରତ, ପାକିସ୍ତାନ ଏବଂ ଯୋଗ୍ୟତା ହାସଲକାରୀ ଦଳ ରହିବେ। ଗ୍ରୁପ ବି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଦଳକୁ ନେଇ ଗଠିତ।

Share