Posted inଜାତୀୟ

ଭାରତ-ପାକିସ୍ତାନ କରିବେ ମିଳିତ ସମରାଭ୍ୟାସ…

ନୂଆଦିଲ୍ଲୀ, ୧୩।୮ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ ମନ୍ତ୍ରଣାଳୟର ଖବର ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜ ଅନୁଯାୟୀ ପାକିସ୍ତାନୀ ଏବଂ ଭାରତୀୟ ସୈନ୍ୟ ଏକତ୍ର ଆତଙ୍କବାଦ ବିରୋଧୀ ଅଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତରେ ଏଭଳି ଅଭ୍ୟାସରେ ପାକିସ୍ତାନ ପ୍ରଥମ ଥର ଅଂଶଗ୍ରହଣ କରିବାକୁ ଯାଉଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫତିଖାରଙ୍କ ସାପ୍ତାହିକ ଗଣମାଧ୍ୟମ ସମ୍ମିଳନୀକୁ ଉଦ୍ଧୃତ କରି ଖବରକାଗଜ ଏହାର ରିପୋର୍ଟରେ କହିଛି ଯେ ଏସସିଓର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ଢ଼ାଞ୍ଚା (ଆରଏଟିଏସ) ଅନ୍ତର୍ଗତ ଚଳିତ ବର୍ଷ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ପାକିସ୍ତାନ ଅଂଶଗ୍ରହଣ କରିବ।

ମୁଖପାତ୍ର କହିଛନ୍ତି ଯେ ଏହି ଅଭ୍ୟାସ ଏସସିଓ ଆରଟିଏସ ଅଧୀନରେ ହେବ। ଭାରତ ଚଳିତ ବର୍ଷ ଏସସିଓ ଆରଟିଏସର ଅଧ୍ୟକ୍ଷତା କରୁଛି। ସେ କହିଛନ୍ତି ଯେ ଏହି ସମରାଭ୍ୟାସ ଅକ୍ଟୋବର ମାସରେ ଭାରତର ମାନସର ଠାରେ ଅନୁଷ୍ଠିତ ହେବ। ଯେହେତୁ ପାକିସ୍ତାନ ଏହାର ସଦସ୍ୟ, ଆମେ ଏଥିରେ ଭାଗ ନେବୁ।

ଭାରତ ସହିତ ରୁଷିଆ, ଚାଇନା, ପାକିସ୍ଥାନ, ଇରାନ, କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ହରିୟାଣାର ମାନସରରେ ଆୟୋଜିତ ହେବାକୁ ଥିବା ଏହି ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନ ଏସସିଓ ବ୍ୟାନରରେ ନଅ ସଦସ୍ୟ ବିଶିଷ୍ଟ ବେଜିଂ ଭିତ୍ତିକ ଆଞ୍ଚଳିକ ସଂସ୍ଥାର ଅଂଶ ବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri