Posted inଜାତୀୟ

ଭାରତ-ପାକିସ୍ତାନ କରିବେ ମିଳିତ ସମରାଭ୍ୟାସ…

ନୂଆଦିଲ୍ଲୀ, ୧୩।୮ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ ମନ୍ତ୍ରଣାଳୟର ଖବର ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜ ଅନୁଯାୟୀ ପାକିସ୍ତାନୀ ଏବଂ ଭାରତୀୟ ସୈନ୍ୟ ଏକତ୍ର ଆତଙ୍କବାଦ ବିରୋଧୀ ଅଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତରେ ଏଭଳି ଅଭ୍ୟାସରେ ପାକିସ୍ତାନ ପ୍ରଥମ ଥର ଅଂଶଗ୍ରହଣ କରିବାକୁ ଯାଉଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫତିଖାରଙ୍କ ସାପ୍ତାହିକ ଗଣମାଧ୍ୟମ ସମ୍ମିଳନୀକୁ ଉଦ୍ଧୃତ କରି ଖବରକାଗଜ ଏହାର ରିପୋର୍ଟରେ କହିଛି ଯେ ଏସସିଓର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ଢ଼ାଞ୍ଚା (ଆରଏଟିଏସ) ଅନ୍ତର୍ଗତ ଚଳିତ ବର୍ଷ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ପାକିସ୍ତାନ ଅଂଶଗ୍ରହଣ କରିବ।

ମୁଖପାତ୍ର କହିଛନ୍ତି ଯେ ଏହି ଅଭ୍ୟାସ ଏସସିଓ ଆରଟିଏସ ଅଧୀନରେ ହେବ। ଭାରତ ଚଳିତ ବର୍ଷ ଏସସିଓ ଆରଟିଏସର ଅଧ୍ୟକ୍ଷତା କରୁଛି। ସେ କହିଛନ୍ତି ଯେ ଏହି ସମରାଭ୍ୟାସ ଅକ୍ଟୋବର ମାସରେ ଭାରତର ମାନସର ଠାରେ ଅନୁଷ୍ଠିତ ହେବ। ଯେହେତୁ ପାକିସ୍ତାନ ଏହାର ସଦସ୍ୟ, ଆମେ ଏଥିରେ ଭାଗ ନେବୁ।

ଭାରତ ସହିତ ରୁଷିଆ, ଚାଇନା, ପାକିସ୍ଥାନ, ଇରାନ, କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ହରିୟାଣାର ମାନସରରେ ଆୟୋଜିତ ହେବାକୁ ଥିବା ଏହି ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନ ଏସସିଓ ବ୍ୟାନରରେ ନଅ ସଦସ୍ୟ ବିଶିଷ୍ଟ ବେଜିଂ ଭିତ୍ତିକ ଆଞ୍ଚଳିକ ସଂସ୍ଥାର ଅଂଶ ବିଶେଷ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri