ଭାରତ-ପାକିସ୍ତାନ ସମ୍ପର୍କରେ କୌଣସି ଉନ୍ନତି ସମ୍ଭାବନା ନାହିଁ: ବିଲାଓ୍ବାଲା ଭୁଟ୍ଟୋ

ନ୍ୟୁୟର୍କ,୨୩।୯: ବନ୍ୟା ଯୋଗୁ ପାକିସ୍ତାନ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ଦେଶ ଆର୍ଥିକ ଭାବେ ଦୁର୍ବଳ ମଧ୍ୟ ହୋଇପଡିଛି। କିନ୍ତୁ ପାକିସ୍ତାନର ନେତାମାନେ ନିଜ ଦେଶର ସ୍ଥିତି ପରଖିବା ପରିବର୍ତ୍ତେ କଶ୍ମୀରକୁ ସବୁଠାରୁ ବଡ ପ୍ରସଙ୍ଗ ଭାବରେ ଦେଖନ୍ତି। ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ନ୍ୟୁୟର୍କ ଗସ୍ତରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି।
ନ୍ୟୁୟର୍କରେ ବୈଦେଶିକ ସମ୍ପର୍କ ପରିଷଦର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଭୁଟ୍ଟୋ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନରେ ବନ୍ୟା ପରିସ୍ଥିତି ମଧ୍ୟରେ ଭାରତ ସହ ସମ୍ପର୍କ ସୁଦୃଢ ହେବାର ସମ୍ଭାବନା କ’ଣ ରହିଛି? ଏହାର ଜବାବରେ ଭୁଟ୍ଟୋ କହିଛନ୍ତି, ଭାରତ ବନ୍ୟା ପୀଡିତଙ୍କୁ କୌଣସି ସାହାଯ୍ୟ ଦେଇନାହିଁ। ଭାରତ-ପାକ ସମ୍ପର୍କରେ କୌଣସି ଉନ୍ନତିର ଲକ୍ଷଣ ଦେଖୁ ନାହାଁନ୍ତି। ଆମେ ଭାରତ ସହିତ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ ଏବଂ ଆମେ ଭାରତ ସହ କଥାବାର୍ତ୍ତା ପାଇଁ ନିରନ୍ତର ପ୍ରୋତ୍ସାହିତ କରିଛୁ, କିନ୍ତୁ ଭାରତ ପରିବର୍ତ୍ତନ ହୋଇଯାଇଛି। ମିଳିତ ଜାତିସଂଘର ସାଧାରଣ ସଭା ଅଧିବେଶନରେ ଯୋଗଦେବା ପାଇଁ ଜର୍ଦ୍ଦାରୀ ନ୍ୟୁୟର୍କରେ ଅଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ଭାରତ ସରକାର କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦ କରିଛନ୍ତି। ଏହା ସହିତ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ୟୁନିଅନରେ ପରିଣତ କରାଯାଇଛି। ପାକିସ୍ତାନ ଏହାକୁ ହଜମ କରିପାରୁନାହିଁ।

Share