ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ ଏସବୁ ପରେ ଆପଣ ଲାଇଭ ଟେଲିକାଷ୍ଟ ଦେଖୁଥିବା ଡିଜନି ହଟଷ୍ଟାର ମଧ୍ୟ ଉପକୃତ ହେବ। ଏହି ମ୍ୟାଚରେ ଡିଜନି-ହଟଷ୍ଟାର କେବଳ ବିଜ୍ଞାପନରୁ ୧୫୦କୋଟିରୁ ଅଧିକ ବ୍ୟବସାୟ କରିବ। ଯାହାକି ୪ ବର୍ଷ ପୂର୍ବେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ ଭାରତ-ପାକିସ୍ତାନ ମ୍ୟାଚରେ ହୋଇଥିବା ବ୍ୟବସାୟ ଠାରୁ ପ୍ରାୟ ୫୦ କୋଟି ଟଙ୍କା ଅଧିକ ହେବ ବୋଲି ଆଶା କରାଯଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ଓ୍ବାନଡେ ବିଶ୍ୱକପ ମ୍ୟାଚରେ ଡିଜନି-ହଟଷ୍ଟାର୍‌ ୧୦ଟି ବିଜ୍ଞାପନ ସ୍ଲଟ ପାଇଁ ୨୫ଲକ୍ଷ ଟଙ୍କା ଦାବି କରିଥିଲା। ସେହି ମ୍ୟାଚରେ ମୋଟ ବିଜ୍ଞାପନ ସ୍ଲଟ ୫୫୦୦ସେକେଣ୍ଡ ଥିଲା। ଏହାର ଅର୍ଥ ହେଉଛି ଡିଜନି-ଷ୍ଟାର୍‌ ବିଜ୍ଞାପନ ସ୍ଲଟ ବିକ୍ରୟ କରି ୧୦୦ କୋଟିରୁ ଅଧିକ ଆୟ କରିଥିବ ବୋଲି ଆକଳନ କରାଯାଉଛି। ସେହପରି ବିଶ୍ୱକପରେ ଡିଜନି-ଷ୍ଟାର ଭାରତର ଅନ୍ୟ ଦଳ ବିପକ୍ଷରେ ମ୍ୟାଚରେ ବିଜ୍ଞାପନ ପାଇଁ ୧୦ ସେକେଣ୍ଡରେ ୧୬ ରୁ ୧୮ ଲକ୍ଷ ଟଙ୍କା ଦାବି କରୁଛି।

ଏଥର ଡିଜନି ହଟଷ୍ଟାରର ବ୍ୟବସାୟ ୧୫୦ କୋଟି କିମ୍ବା ଅଧିକ ହୋଇପାରେ। ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ଡଜନି-ଷ୍ଟାର ଭାରତ-ପାକିସ୍ତାନ ମ୍ୟାଚରେ ନଗଦ ଅର୍ଥ ପାଇଁ ବଜ୍ଞାପନ ସ୍ଲଟ ବୃଦ୍ଧି କରିବାକୁ ପ୍ରସ୍ତୁତ ଅଛି। ଯାହା ୧୦ସେକେଣ୍ଡ ସ୍ଲଟ ପାଇଁ ୩୦ରୁ ୩୫ଲକ୍ଷ ଟଙ୍କା ହୋଇପାରେ।
ତେବେ ବିଶେଷଜ୍ଞନୁସାରେ, ଅନ୍ୟ ପ୍ରସାରଣକାରୀମାନେ ଏହି ଟୁର୍ନାମେଣ୍ଟରୁ ପ୍ରାୟ ୧୦୦୦କୋଟି ଟଙ୍କା ରୋଜଗାର କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁଯାୟୀ, ୨୦୧୯ରେ ୧୦ସେକେଣ୍ଡର ସ୍ଲଟର ଅନ୍ତିମ ମୂଲ୍ୟ ୬ରୁ ୭ ଲକ୍ଷ ଟଙ୍କା ଥିଲା। ଏଥର ସ୍ଲଟର ମୂଲ୍ୟ ୧୦ ସେକେଣ୍ଡ ପାଇଁ ୧୦ଲକ୍ଷ ୨୫ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!

ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବିନା ସଂଳାପରେ ଜିତିଲା ମନ: ବିଜୟ ସେତୁପତି ଓ ଅଦିତି ରାଓଙ୍କ ‘ଗାନ୍ଧୀ ଟକ୍‌ସ’କୁ ଦର୍ଶକଙ୍କ ପ୍ରଶଂସା

ମୁମ୍ବାଇ: ଶୁକ୍ରବାର ପ୍ରେକ୍ଷାଳୟକୁ ଆସିଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଗାନ୍ଧୀ ଟକ୍‌ସ’। ଏହି ଚଳଚ୍ଚିତ୍ରଟି ବିନା ସଂଳାପରେ ଗତିଶୀଳ ଏକ ‘ସାଇଲେଣ୍ଟ ଫିଲ୍ମ’। ଯାହା ଦର୍ଶକଙ୍କ ମଧ୍ୟରେ…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri