ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌

ନୂଆଦିଲ୍ଲୀ,୨୨।୨: ଭାରତୀୟ ମିଡ଼ିଆର ବହିର୍ବ୍ୟାପାର ପ୍ରସଙ୍ଗ ଉପରେ ଦୃଷ୍ଟି ରଖୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ପାକିସ୍ତାନ ହାଇକମିଶନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ହାଇକମିଶନ ପଡ଼ିଆରେ ହୋଇଥିବା ଏହି ଅନୌପଚାରିକ ମ୍ୟାଚ୍‌ରେ ପାକିସ୍ତାନ ହାଇକମିଶନ ବିଜୟୀ ହୋଇଛି। ଏହି ୧୫ ଓଭର ମ୍ୟାଚ୍‌ ଆରମ୍ଭରେ ଭାରତୀୟ ଜାତୀୟ ସଙ୍ଗୀତ ଏବଂ ପାକିସ୍ତାନ ଜାତୀୟ ସଙ୍ଗୀତ ଗାନ କରାଯାଇ ଥିଲା। ପାକିସ୍ତାନ ହାଇ କମିଶନର କ୍ୟାପଟେନ୍‌ ଖ୍ବାଜା ମାଞ୍ଜ୍‌ ଦଳର ନେତୃତ୍ୱ ନେଇଥିଲେ। ସେହିପରି ଭାରତୀୟ ମିଡ଼ିଆର କ୍ୟାପଟେନ୍‌ ଦାୟିତ୍ୱ ଏବିପି ନ୍ୟୁଜ୍‌ର ଆସୋସିଏଟ୍‌ ଏଡିଟର ଆଶିଷ କୁମାର ସିଂଙ୍କ ନ୍ୟସ୍ତ ଥିଲା।

Share