Posted inଖେଳ

ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲା!

ନୂଆଦିଲ୍ଲୀ,୧୯।୧୧: ଦୀର୍ଘ ଦିନ ହେବ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ। ଶେଷ ଥର ପାଇଁ ୨୦୧୨-୧୩ ରେ ଉଭୟ ଦେଶ ମଧ୍ୟରେ ସିରିଜ ଖେଳାଯାଇଥିଲା । ନିକଟରେ ଭାରତ ଏବଂ ପାକିସ୍ତାନର ଦଳ ଟି -୨୦ ବିଶ୍ୱକପ ୨୦୨୧ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚକୁ ପାକିସ୍ତାନ ୧୦ ଉଇକେଟରେ ଜିତି ନେଇଛି। ଭବିଷ୍ୟତରେ ଦ୍ୱିପାକ୍ଷିକ ସିରିଜର ସମ୍ଭାବନା ମଧ୍ୟ କମ ବୋଲି ପିସିବି ଅଧ୍ୟକ୍ଷ ରାମିଜ ରାଜା କହିଛନ୍ତି। କିନ୍ତୁ ଉଭୟ ଦେଶ ତ୍ରିରାଷ୍ଟ୍ରୀୟ ସିରିଜରେ ପରସ୍ପର ବିପକ୍ଷରେ ଖେଳିପାରନ୍ତି ବୋଲି ସେ କହିଛନ୍ତି।
ନିକଟରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ହୋଷ୍ଟିଂ ପାକିସ୍ତାନକୁ ଦେଇଛି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ କି? ଏହା ଉପରେ ରଜିମ ରାଜା କହିଛନ୍ତି, କୌଣସି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରୁ ବାହାରିବା ସହଜ ନୁହେଁ। କାହାକୁ ହୋଷ୍ଟିଂ ଅଧିକାର ପ୍ରଦାନ କରିବା ସମୟରେ ଏହା ବିବେଚନା କରାଯାଏ। ମୋ ମତରେ ଭାରତ ଏଥିରୁ ପଛଘୁଞ୍ଚା ଦେବ ନାହିଁ।
ରମିଜ ରାଜା କହିଛନ୍ତି ଯେ ସୌରଭ ଗାଙ୍ଗୁଲିଙ୍କ ସହ ମୋର ଭଲ ସମ୍ପର୍କ ଅଛି ଏବଂ ଆମର ଭଲ ଯୋଗାଯୋଗ ଅଛି। ଯେତେବେଳେ ୨ ଜଣ ପୂର୍ବତନ କ୍ରିକେଟର ପରିଚାଳନା କରୁଛନ୍ତି ଏବଂ ସେମାନେ କ୍ରିକେଟ ବିଷୟଗୁଡ଼ିକର ଯତ୍ନ ନିଅନ୍ତି। ତେଣୁ ଏହିପରି ଭାବରେ କାର୍ଯ୍ୟ ସହଜ ହୋଇଯାଏ। ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ପାକିସ୍ତାନ ଦଳକୁ ଭାରତ ଗସ୍ତ କରିବାକୁ ପଡିବ। ପାକିସ୍ତାନ ଦଳ ମଧ୍ୟ ୨୦୧୬ ରେ ଟି -୨୦ ବିଶ୍ୱକପରେ ଭାଗ ନେବାକୁ ଭାରତ ଆସିଥିଲା।
ଆସନ୍ତା ବର୍ଷ ଶ୍ରୀଲଙ୍କାରେ ଟି -୨୦ ଏସିଆ କପ ଏବଂ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଉଭୟ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri