ଭାରତ-ପାକିସ୍ତାନ-ଚାଇନା ରୁଷିଆରେ କରିବେ ଯୁଦ୍ଧାଭ୍ୟାସ…

ନୂଆଦିଲ୍ଲୀ/ମସ୍କୋ, ୨।୯: ଭାରତ, ପାକିସ୍ତାନ, ଚାଇନା ସମେତ ୧୭ ଦେଶ ମିଳିତ ଭାବେ ରୁଷିଆରେ ଆୟୋଜିତ ହେବାକୁ ଥିବା ଜାପାଡ-୨୦୨୧ ଯୁଦ୍ଧାଭ୍ୟାସ୍‌ରେ ସାମିଲ ହେବେ। ସେପ୍ଟେମ୍ବର ୩ ଠାରୁ ଏହି ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହେବାକୁ ଯାଉଛି। ରୁଷିଆର ନିଝନିୟ ଅଞ୍ଚଳରେ ଏହା ଅନୁଷ୍ଠିତ ହେବ। ୟୁରୋସିଆ ଏବଂ ଦକ୍ଷିଣ ଏସିଆର ୧୭ଟି ଦେଶର ସୈନ୍ୟ ବାହିନୀ ଏହି ଅବସରରେ ନିଜର ସାମରିକ କୌଶଳ ପ୍ରଦର୍ଶନ କରିବେ। ମେ’ ୨୦୨୦ରେ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସକ ଘଟଣା ପରେ ପ୍ରଥମ ଥର ପାଇଁ ଦୁଇଦେଶ ମିଳିତ ଭାବେ ଯୁଦ୍ଧାଭ୍ୟାସରେ ସାମିଲ ହେବେ। ଏହି ମିଳିତ ଯୁଦ୍ଧାଭ୍ୟାସ ସେପ୍ଟେମ୍ବର ୧୬ରେ ଶେଷ ହେବ। ଭାରତୀୟ ସେନାର ୨୦୦ ଜଣ ଯବାନ ଏଥିରେ ଯୋଗଦେବାକୁ ରୁଷିଆରେ ପହଞ୍ଚିଛନ୍ତି।

Share