Categories: ଖେଳ

ପାକିସ୍ତାନକୁ ପଛରେ ପକାଇଲା ଭାରତ

କଲମ୍ବୋ,୧୫।୯: ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କାଠାରୁ ୨ ଉଇକେଟରେ ପରାସ୍ତ ହୋଇ ଏସିଆ କପ ୨୦୨୩ରୁ ବାଦ୍‌ ପଡିଛି ପାକିସ୍ତାନ। ବିଜୟ ସହିତ ଶ୍ରୀଲଙ୍କା ଫାଇନାଲରେ ସ୍ଥାନ ପାଇଛି। ପରାଜୟ ସହିତ ପାକିସ୍ତାନ ଆଉ ଏକ କ୍ଷତି ସହିଛି। ଦଳ ଦିନିକିଆ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଖସି ଆସିଛି। ଏଥିସହିତ ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ସର୍ବଶେଷ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଦଳ ତୃତୀୟ ସ୍ଥାନକୁ ଖସି ଆସିଛି। ଦଳର ୩୧୦୨ ପଏଣ୍ଟ ଏବଂ ୧୧୫ ରେଟିଂ ଅଛି। ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ୪୫୧୬ ପଏଣ୍ଟ ଏବଂ ୧୧୬ ରେଟିଂ ରହିଛି। ଅଷ୍ଟ୍ରେଲିଆର ଦଳ ଏକ ନମ୍ବରରେ ରହିଛି। ତାଙ୍କର ୩୦୬୧ ପଏଣ୍ଟ ଏବଂ ୧୧୮ ରେଟିଂ ଅଛି। ଇଂଲଣ୍ଡ ଦଳ ଚତୁର୍ଥ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ପଞ୍ଚମ ସ୍ଥାନରେ ରହିଛି।

Share