Categories: ଖେଳ

ନୋ’ ବଲ୍‌ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍‌ରୁ ବିଦା

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍‌ରୁ ବାଦ୍‌ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ ପରାସ୍ତ ହୋଇଛି। ଏହି ପରାଜୟ ସହିତ ଭାରତୀୟ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବାକୁ ବାଦ ପଡିଛି। ଫଳରେ ଟୁର୍ନାମେଣ୍ଟରୁ ବାଦ ପଡିଛି।
ଭାରତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୨୭୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ଓଭରର ଶେଷ ବଲ୍‌ରେ ମ୍ୟାଚ୍‌ ଜିତିଥିଲା। ଦକ୍ଷିଣ ଆଫ୍ରିକା ୭ ଉଇକେଟ୍‌ ହରାଇ ୨୭୫ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ୭ ରନ୍‌ର ଆବଶ୍ୟକ ଥିଲା। ଭାରତ ପକ୍ଷରୁ ଦୀପ୍ତି ଶର୍ମା ଶେଷ ଓଭର ବୋଲିଂ କରିଥିଲେ। ସେ ଏହି ଓଭରରେ ଭଲ ବୋଲିଂ କରିଥିଲେ। ଓଭରର ପଞ୍ଚମ ବଲ୍‌ରେ ଭାରତକୁ ଉଇକେଟ ମିଳିଥିଲା। କିନ୍ତୁ ଏହି ବଲ୍‌ଟି ନୋ ବଲ୍‌ ଥିଲା। ଫଳରେ ଏହି ବଲ୍‌ରେ ଅତିରିକ୍ତ ଗୋଟିଏ ରନ୍‌ ମିଳିବା ସହ ଫ୍ରି ହିଟ୍‌ ମିଳିଥିଲା। ଏହାର ଫାଇଦା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ନେଇ ମ୍ୟାଚ୍‌ ବିଜୟୀ ହୋଇଥିଲେ।

Share