ପାକିସ୍ତାନର ପୋଲ୍‌ ଖୋଲଦେଲା ଭାରତ: ଧରାପଡିଲା ମିଛ

ମୁମ୍ବାଇ,୫।୩: ମୁମ୍ବାଇର ନାଭା ଶେଭା ବନ୍ଦରରେ ପାକିସ୍ତାନ ଅଭିମୁଖେ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଏହି ଜାହାଜ ଚାଇନାରୁ ପାକିସ୍ତାନ ଯାଉଥିଲା। ଆଣବିକ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ତିଆରି ସନ୍ଦେହରେ ଚାଇନା ପଠାଇଥିବା ଏହି ଜାହାଜକୁ ଭାରତ ଅଟକ ରଖିଦେଇଛି। ବର୍ତ୍ତମାନ ଏହି ବିଷୟରେ DRDO ରିପୋର୍ଟରେ ଏକ ବଡ଼ ଖୁଲାସା କରାଯାଇଛି।
ପାକିସ୍ତାନର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମରେ ବ୍ୟବହାର ପାଇଁ ଚାଇନାରୁ ପଠାଯାଉଥିବା ସନ୍ଦେହଜନକ ଜିନିଷ ଜବତ ସମ୍ପର୍କରେ DRDO ଦଳ ମଙ୍ଗଳବାର ଦକ୍ଷ ଅଧିକାରୀଙ୍କ ନିକଟରେ ନିଜର ସରକାରୀ ରିପୋର୍ଟ ଦାଖଲ କରିଛି।
DRDO ବିଶେଷଜ୍ଞଙ୍କ ରିପୋର୍ଟରେ କୁହାଯାଇଛି ଯେ, ବଡ଼ ଆକାରର କମ୍ପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ (ସିଏନ୍‌ସି) ମେଶିନ ଜାହାଜରୁ ମିଳିଛି। ଏଗୁଡିକ ସାମରିକ ପ୍ରୟୋଗ ପାଇଁ ବ୍ୟବହାର କରାଯାଇପାରିବ।
ଲାଇଭ ମେଣ୍ଟ ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆ ଆଣବିକ କାର୍ଯ୍ୟକ୍ରମରେ ସିଏନସି ମେସିନ ବ୍ୟବହାର କରୁଛି। ଏଥି ସହ ପାକିସ୍ତାନ ରବିବାର ଭାରତରେ ଏକ ଚାଇନାର ଜାହାଜ ଜବତକୁ ବିରୋଧ କରିଛି। ପାକିସ୍ତାନ ଏହାକୁ ଏକ ଟର୍ନି ମେଶିନ କହିଛି।

Share