Categories: ଜାତୀୟ

ଡ୍ରୋନ ଗୁରୁ ହେବାର ପଥରେ ଭାରତ: ୨୦ ଦେଶ ମଧ୍ୟରେ ୧୭ ତମ ସ୍ଥାନରେ…

ନୂଆଦିଲ୍ଲୀ/ଲାସ ଭେଗାସ,୯।୧ : ଭବିଷ୍ୟତରେ ଡ୍ରୋନ ଗୁରୁ ହେବାର ପଥରେ ଭାରତ ଆଗକୁ ବଢୁଛି। ତେବେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଶ ପଛରେ ରହିଛି। କଞ୍ଜ୍ୟୁମର ଇଲେକ୍ଟ୍ରିକ ଶୋ (ସିଇଏସ) ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଏହା ପ୍ରକାଶ ପାଇଛି। ଆମେରିକାର ଲାସ ଭେଗାସ ସହରରେ କଞ୍ଜ୍ୟୁମର ଟେକ୍ନୋଲୋଜି ଆସୋସିଏଶନ (ସିଟିଏ) ଅନ୍ତର୍ଜାତୀୟ ଇନୋଭେଶନ ସ୍କୋରକାର୍ଡ ପ୍ରକାଶ କରିଛି ।

୨୦ ଟି ଦେଶର ଇନୋଭେଶନ ଆଡପ୍ଟର ତାଲିକାରେ ଭାରତ ୧୭ ତମ ସ୍ଥାନରେ ରହିଛି। ଟେଲିହେଲଥ ଏବଂ ଡ୍ରୋନ ସମେତ ମୋଟ ଚାରୋଟି ପଏଣ୍ଟରେ ଭାରତ ଏ ତଥା ଏ ପ୍ଲସ୍‌ ପାଇଛି। ଟେଲିହେଲଥରେ ଭାରତ ଏ ପ୍ଲସ୍‌ ପାଇଛି। ଡ୍ରୋନ, ଡିଜିଟାଲ ସମ୍ପତ୍ତି ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଏ ପାଇଛି। ଏଥି ସହିତ ସାଇବର ସୁରକ୍ଷା ସାମ୍ନାରେ ବିଫଳ ଦେଶ ମଧ୍ୟରେ ଭାରତ ଅନ୍ୟତମ। ଟେକ୍ନୋଲୋଜି, ନବସୃଜନ, ନୀତି ଏବଂ ଭିତ୍ତିଭୂମି ଭଳି ୧୫ ପଏଣ୍ଟ ଉପରେ ଆଧାର କରି ସ୍କୋର କାର୍ଡରେ ଭାରତ ମୋଟ ୨.୧୮୬ ସ୍କୋର ହାସଲ କରିଛି।

ଏକ ଆକଳନ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତରେ ପାଞ୍ଚ ଲକ୍ଷ ଡ୍ରୋନ ପାଇଲଟ ଆବଶ୍ୟକ ହେବେ। ଆମେରିକା ଏବଂ ଚାଇନା ପରେ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଡ୍ରୋନ ବଜାରରେ ପରିଣତ ହେବ।

୨୦୩୦ ସୁଦ୍ଧା ଭାରତକୁ ଡ୍ରୋନ ହବ କରିବାକୁ କେନ୍ଦ୍ର ଚାହୁଁଛି। ଏଥିପାଇଁ ସରକାର ୨୦୨୫ ସୁଦ୍ଧା ଡ୍ରୋନର ଉତ୍ପାଦନ, ଗବେଷଣା ଏବଂ ବିକାଶ କ୍ଷେତ୍ରରେ ୫୦ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ଉତ୍ପାଦନ ଲିଙ୍କେଡ ଇନସେଣ୍ଟିଭ (ପିଏଲଆଇ) ର ଏକ ବିଲିୟନ ଡଲାର ଆବଣ୍ଟନ କରିଛନ୍ତି।

 

Share