Posted inଜାତୀୟ

ଡ୍ରୋନ ଗୁରୁ ହେବାର ପଥରେ ଭାରତ: ୨୦ ଦେଶ ମଧ୍ୟରେ ୧୭ ତମ ସ୍ଥାନରେ…

ନୂଆଦିଲ୍ଲୀ/ଲାସ ଭେଗାସ,୯।୧ : ଭବିଷ୍ୟତରେ ଡ୍ରୋନ ଗୁରୁ ହେବାର ପଥରେ ଭାରତ ଆଗକୁ ବଢୁଛି। ତେବେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଶ ପଛରେ ରହିଛି। କଞ୍ଜ୍ୟୁମର ଇଲେକ୍ଟ୍ରିକ ଶୋ (ସିଇଏସ) ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଏହା ପ୍ରକାଶ ପାଇଛି। ଆମେରିକାର ଲାସ ଭେଗାସ ସହରରେ କଞ୍ଜ୍ୟୁମର ଟେକ୍ନୋଲୋଜି ଆସୋସିଏଶନ (ସିଟିଏ) ଅନ୍ତର୍ଜାତୀୟ ଇନୋଭେଶନ ସ୍କୋରକାର୍ଡ ପ୍ରକାଶ କରିଛି ।

୨୦ ଟି ଦେଶର ଇନୋଭେଶନ ଆଡପ୍ଟର ତାଲିକାରେ ଭାରତ ୧୭ ତମ ସ୍ଥାନରେ ରହିଛି। ଟେଲିହେଲଥ ଏବଂ ଡ୍ରୋନ ସମେତ ମୋଟ ଚାରୋଟି ପଏଣ୍ଟରେ ଭାରତ ଏ ତଥା ଏ ପ୍ଲସ୍‌ ପାଇଛି। ଟେଲିହେଲଥରେ ଭାରତ ଏ ପ୍ଲସ୍‌ ପାଇଛି। ଡ୍ରୋନ, ଡିଜିଟାଲ ସମ୍ପତ୍ତି ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଏ ପାଇଛି। ଏଥି ସହିତ ସାଇବର ସୁରକ୍ଷା ସାମ୍ନାରେ ବିଫଳ ଦେଶ ମଧ୍ୟରେ ଭାରତ ଅନ୍ୟତମ। ଟେକ୍ନୋଲୋଜି, ନବସୃଜନ, ନୀତି ଏବଂ ଭିତ୍ତିଭୂମି ଭଳି ୧୫ ପଏଣ୍ଟ ଉପରେ ଆଧାର କରି ସ୍କୋର କାର୍ଡରେ ଭାରତ ମୋଟ ୨.୧୮୬ ସ୍କୋର ହାସଲ କରିଛି।

ଏକ ଆକଳନ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତରେ ପାଞ୍ଚ ଲକ୍ଷ ଡ୍ରୋନ ପାଇଲଟ ଆବଶ୍ୟକ ହେବେ। ଆମେରିକା ଏବଂ ଚାଇନା ପରେ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଡ୍ରୋନ ବଜାରରେ ପରିଣତ ହେବ।

୨୦୩୦ ସୁଦ୍ଧା ଭାରତକୁ ଡ୍ରୋନ ହବ କରିବାକୁ କେନ୍ଦ୍ର ଚାହୁଁଛି। ଏଥିପାଇଁ ସରକାର ୨୦୨୫ ସୁଦ୍ଧା ଡ୍ରୋନର ଉତ୍ପାଦନ, ଗବେଷଣା ଏବଂ ବିକାଶ କ୍ଷେତ୍ରରେ ୫୦ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ଉତ୍ପାଦନ ଲିଙ୍କେଡ ଇନସେଣ୍ଟିଭ (ପିଏଲଆଇ) ର ଏକ ବିଲିୟନ ଡଲାର ଆବଣ୍ଟନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri