Categories: ଜାତୀୟ

ବିଭାଜନ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦି-ଶାହା

ନୂଆଦିଲ୍ଲୀ,୧୪ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ ଅବସରେ ଦେଶର ବିଭାଜନ ସମୟରେ ମୃତ୍ୟୁ ହୋଇଥିବା ସମସ୍ତ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହାସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମସ୍ତ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଯେଉଁମାନେ ଭାରତର ବିଭାଜନ ବିଭିଷିକାକୁ ଅଙ୍ଗେ ଲିଭାଇଛନ୍ତି ଓ ନିଜର ଲୋକଙ୍କୁ ହରାଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ୧୯୪୭ରେ ହୋଇଥିବା ଦେଶର ବିଭାଜନ ଭାରତ ଇତିହାସର ସେହି ଅମାନବୀୟ ଅଧ୍ୟାୟ ଯାହାକୁ କେବେ ଭୁଲି ହେବ ନାହିଁ ।

ମୋଦି ତାଙ୍କ ଟୁଇଟରେ ଲେଖିଛନ୍ତି ଆଜି #PartitionHorrorsRemembranceDay ଅବସରରେ ମୁଁ ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି ଯେଉଁମାନେ ବିଭାଜନ ସମୟରେ ଜୀବନ ହାରିଛନ୍ତି ଓ ଆମ ଇତିହାସର ସେହି ଦୁଃଖଦ ସମୟ ଓ ପୀଡ଼ିତ ସମସ୍ତ ଲୋକଙ୍କ ସହନଶୀଳତା ଓ ଧୈର୍ଯ୍ୟକୁ ସଲାମ କରୁଛି ।
ସେହିପରି ଶାହା ତାଙ୍କ ଟୁଇଟରେ ଲେଖିଛନ୍ତି, ୧୯୪୭ରେ ଦେଶର ବିଭାଜନ ସମୟରେ କଷ୍ଟ ସହିଥିବା ଲୋକଙ୍କୁ ସଲାମ କରୁଛି । ଶାହା କହିଛନ୍ତି ୧୯୪୭ରେ ହୋଇଥିବା ଦେଶ ବିଭାଜନ ଭାରତୀୟ ଇତିହାସର ସେହି ଅମାନବୀୟ ଅଧ୍ୟାୟ ଯାହାକୁ କେବେ ଭୁଲି ହେବନାହିଁ । ବିଭାଜନର ହିଂସା ଓ ଘୃଣା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି ଓ ଅସଂଖ୍ୟ ଲୋକଙ୍କୁ ବିସ୍ଥାପିତ କରିଛି । ଆଜି ‘ବିଭାଜନ ବିଭିଷିକା ସ୍ମୃତି ଦିବସ’ରେ ବିଭାଜନ ସମୟର କଷ୍ଟକୁ ସହ୍ୟ କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମୁଁ ପ୍ରଣାମ କରୁଛି ।

Share