Categories: ଜାତୀୟ

ମଣିପୁରର ଆଉ ଏକ ଅଞ୍ଚଳରେ ଗୁଳିକାଣ୍ଡ: ଜଣେ ମୃତ, ଅଞ୍ଚଳରେ ଉତ୍ତେଜନା

ଇମ୍ଫାଲ,୨୯।୬: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଉଗ୍ରବାଦୀମାନେ କ୍ରମାଗତ ଭାବରେ ଘଟଣା ଘଟାଉଛନ୍ତି। ଅନ୍ୟପକ୍ଷରେ ମଣିପୁରର ଆଉ ଏକ ଜିଲା କାଙ୍ଗପୋକପିର ହରୋଥେଲ ଗ୍ରାମରେ ଅଜ୍ଞାତ ଉଗ୍ରବାଦୀମାନେ ଗୁଳକାଣ୍ଡ ଘଟାଇଛନ୍ତି। ତେବେ କିଛି ଉଗ୍ରବାଦୀ ବିନା କାରଣରେ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ କିଛି ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିଷୟରେ ସୂଚନା ପ୍ରଦାନ କରି ଭାରତୀୟ ସେନା କହିଛି ଯେ, ଏହି ଅଞ୍ଚଳରେ ନିୟୋଜିତ ସୈନ୍ୟମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେନା ଏହାର ବିବୃତ୍ତିରେ କହିଛି ଯେ, ସଶସ୍ତ୍ର ଉଗ୍ରବାଦୀମାନେ ବିନା କାରଣରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ରାସ୍ତାରେ ଥିବା ସେନା ୟୁନିଟ ଗୁଡିକ ମଧ୍ୟ ଗୁଳି ଚଳାଇଥିଲା। କୌଣସି ଅତିରିକ୍ତ କ୍ଷତି ନ ହେବା ପାଇଁ ସେନା କ୍ରମାଗତ ଭାବରେ ଏହାର ଜବାବ ଦେଇଛି। ସୈନ୍ୟମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୁଳି ବିନିମୟ ବନ୍ଦ ହୋଇଯାଇଥିଲା। କଙ୍ଗପୋକପି ଜିଲାର ହରୋଥେଲ ଗ୍ରାମ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ।

Share