Posted inଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଆଗାମୀ ଟି୨୦ ବିଶ୍ୱକପ୍‌କୁ ୩ ସପ୍ତାହରୁ କମ୍‌ ସମୟ ଥିବାରୁ ଏହି ସିରିଜ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ଉଭୟ ଦଳ ଏହି ସିରିଜ୍‌ ମାଧ୍ୟମରେ ଟି୨୦ ବିଶ୍ୱକପ୍‌ ଲାଗି ଶେଷ ପ୍ରସ୍ତୁତି କରିବେ। ଗତଥର ୨୦୨୪ ଟି୨୦ ବିଶ୍ୱକପ୍‌ ଜିତିବା ପରଠାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳର ରେକର୍ଡ ଖୁବ୍‌ ଭଲ ରହିଛି। ଦଳ ୭୨ ପ୍ରତିଶତରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଜିତିଛି। ଭାରତୀୟ ଟି୨୦ ଦଳ ଗତ ଦୁଇବର୍ଷ ମଧ୍ୟରେ କିଛି ହାତଗଣତି ମ୍ୟାଚ୍‌ ଛାଡ଼ି ଦେଲେ ପ୍ରାୟତଃ ମ୍ୟାଚ୍‌ ଜିତିଛି। ଟି୨୦ ଫର୍ମାଟ୍‌ରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତୀୟ ଦଳ ଭିନ୍ନ ଖେଳ ପ୍ରଦର୍ଶନ କରିଛି। ତାଙ୍କ ନେତୃତ୍ୱରେ ଦଳ ୨୫ରୁ ୧୮ ମ୍ୟାଚ୍‌ ଜିତିଛି। ଏଥିରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଓ ପ୍ରତିପକ୍ଷ ଦଳର ଇନିଂସ୍‌ର ମିଡଲ ଓଭରରେ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ନ୍ୟୁଜିଲାଣ୍ଡ ଗତ ଏକବର୍ଷ ମଧ୍ୟରେ ଭାରତରେ ଟେଷ୍ଟ ସିରିଜ୍‌ କ୍ଲିନ୍‌ ସୁଇପ୍‌ ଓ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ ସମେତ ଅନେକ କିଛି ପ୍ରଥମଥର ପାଇଁ ହାସଲ କରିଛି। ୨୦୨୪ ଟି୨୦ ବିଶ୍ୱକପ୍‌ ପରଠାରୁ ନ୍ୟୁଜିଲାଣ୍ଡ ୨୧ରୁ ୧୩ ଟି୨୦ ମ୍ୟାଚ୍‌ ଜିତିଛି। ଡେଭନ କନ୍‌ଓ୍ବେ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସଙ୍କ ଭଳି ବ୍ୟାଟର ଫର୍ମରେ ଥିବା ବେଳେ ଅଧିନାୟକ ମିଚେଲ ସାଣ୍ଟନର ଓ ବିଶ୍ୱର ନଂ.୧ ଟି୨୦ ପେସର ଜାକବ ଡଫିଙ୍କ ଉପସ୍ଥିତି ନ୍ୟୁଜିଲାଣ୍ଡ ଦଳକୁ ଅଧିକ ଶକ୍ତିଶାଳୀ କରିଛି।

ହେଲା ଫର୍ମ ସହ ସଂଘର୍ଷ କରୁଥିବା ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଲାଗି ଫର୍ମରେ ସୁଧାର ଆଣିବା ପାଇଁ ଏହି ସିରିଜ୍‌ ଶେଷ ସୁଯୋଗ ହେବ। ଗତ ବର୍ଷ ସେ ୧୯ ମ୍ୟାଚ୍‌ରେ ଏକ ଅର୍ଦ୍ଧଶତକ ସହ ୧୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ମାତ୍ର ୨୧୮ ରନ୍‌ କରିଥିଲେ। ତିଲକ ବର୍ମାଙ୍କୁ ନଂ.୩ ପୋଜିଶନରେ ଛାଡ଼ିବା ପାଇଁ ସୂର୍ଯ୍ୟ ନଂ.୪ ପୋଜିଶନରେ ଖେଳିବା ପରଠାରୁ ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି।

ଶ୍ରେୟସ କିମ୍ବା ଇଶାନ
ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ତିଲକ ବର୍ମାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିବା ବେଳେ ଦୀର୍ଘଦିନର ବ୍ୟବଧାନରେ ଉଇକେଟ୍‌କିପର ବ୍ୟାଟର ଇଶାନ କିଶନ ଟି୨୦ ଦଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ଦିଆଯିବ। ନଂ.୪ ପୋଜିଶନରେ ଖେଳିବା ପାଇଁ ଶ୍ରେୟସ ଥିବାରୁ ସୂର୍ଯ୍ୟ ନଂ.୩କୁ ଫେରିପାରନ୍ତି। ତେବେ ତିଲକଙ୍କ ଭଳି ଇଶାନ ମଧ୍ୟ ଜଣେ ବାମହାତୀ ବ୍ୟାଟର। ସେ ଗତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କ ଭଳି ଖେଳାଳି ନଂ.୩ ପୋଜିଶନ ପରେ ଅଧିକ ପ୍ରଭାବୀ ହେବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri