Categories: ଜାତୀୟ

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ ଏବଂ ହିଂସା ସପକ୍ଷରେ ନାହିଁ। ତଥାପି, ଏହା ଅନ୍ୟାୟ ଏବଂ ଅତ୍ୟାଚାର ପ୍ରତି ନିରପେକ୍ଷ ରହିପାରିବ ନାହିଁ । ଅନ୍ୟାୟ ଏବଂ ଅତ୍ୟାଚାର ପ୍ରତି ନିରପେକ୍ଷ ରହିବା ଆମ ସ୍ବଭାବରେ ନୁହେଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଏହି କଥା କହିଛନ୍ତି। ସେ ଇସକନ ଦ୍ୱାରା ଆୟୋଜିତ ଗୀତା ଦାନ ଯଜ୍ଞରେ ଯୋଗଦେଇ ଏଭଳି କହିଛନ୍ତି।

ମହାଭାରତ ଯୁଦ୍ଧର ପରିସ୍ଥିତିକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, କୁରୁକ୍ଷେତ୍ରର ଯୁଦ୍ଧକ୍ଷେତ୍ରରେ ହିଁ ଭଗବାନ କୃଷ୍ଣ ଶ୍ରୀମଦ ଭଗବଦ ଗୀତା ନାମରେ ଜଣାଶୁଣା ମହାକାବ୍ୟ ପ୍ରଦାନ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଗୀତା ବିଷୟବସ୍ତୁ ଏହାକୁ ଅନନ୍ତ ଏବଂ ବିଶ୍ୱସ୍ତରୀୟ କରିଥାଏ। ଭଗବଦ ଗୀତା ପଢ଼ିବା ଏବଂ ଏହାକୁ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଜଣେ ବ୍ୟକ୍ତି ନିର୍ଭୀକ ହୋଇଥାନ୍ତି।

Share