ଭାରତକୁ ଆବଶ୍ୟକ ବିଶ୍ୱସ୍ତରୀୟ ବ୍ୟାଙ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆପଡା,୬।୧୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ ଦେଶକୁ ବଡ଼ ଏବଂ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ରହିଛି ଏବଂ ଏ ନେଇ ରିଜର୍ଭ ବ୍ୟାଙ୍କ (RBI) ସହ ଆଲୋଚନା ଜାରି ରହିଛି। ୧୨ତମ SBI ବ୍ୟାଙ୍କିଙ୍ଗ୍ ଏବଂ ଅର୍ଥନୀତି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କରି ସେ ବ୍ୟାଙ୍କଗୁଡ଼ିକୁ ଶିଳ୍ପ କ୍ଷେତ୍ରକୁ ଅଧିକ ଋଣ ପ୍ରବାହ କରିବାକୁ ଆହ୍ୱାନ କରିଛନ୍ତି।

ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତକୁ ଅନେକ ବଡ଼ ଓ ବିଶ୍ୱସ୍ତରୀୟ ବ୍ୟାଙ୍କ ଆବଶ୍ୟକ। ସରକାର ଏ ଦିଗରେ ଦେଖୁଛନ୍ତି ଏବଂ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏ ନେଇ RBI ଓ ବ୍ୟାଙ୍କମାନଙ୍କ ସହ ଆଲୋଚନା ଚାଲିଛି।

ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସଂସ୍କାରକୁ ଆଗେଇ ନେଇ ସରକାର IDBI ବ୍ୟାଙ୍କରୁ ସେମାନଙ୍କ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ନିକଟରେ (ଅଗଷ୍ଟ ୨୦୨୫ରେ) ସେବି (SEBI) ଏହି ବ୍ୟାଙ୍କରେ LICକୁ ପ୍ରମୋଟରରୁ ପବ୍ଲିକ୍ ଅଂଶୀଦାର ଭାବରେ ପୁନଃବର୍ଗୀକରଣ କରିବାକୁ ଅନୁମୋଦନ କରିଛି।

ଏହା ପୂର୍ବରୁ ସରକାର ୨୦୧୭ରେ ଥିବା ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟାକୁ କମାଇ ୧୨ରେ ସୀମିତ କରିବାକୁ ବୃହତ୍ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ମିଶ୍ରଣ ଅଭିଯାନରେ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ସିଣ୍ଡିକେଟ୍ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କକୁ ଅନ୍ୟ ବଡ଼ ବ୍ୟାଙ୍କ ସହ ମିଶାଯାଇଛି।

ସୀତାରମଣ ଦର୍ଶାଇଛନ୍ତି ଯେ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ମୁଖ୍ୟତଃ ଗୁରୁତ୍ୱ ଦେଉଛନ୍ତି ଏବଂ ଗତ ଦଶନ୍ଧି ମଧ୍ୟରେ ପୁଞ୍ଜି ବ୍ୟୟ ପାଞ୍ଚ ଗୁଣା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri