ପାକିସ୍ତାନରେ ଟ୍ରେଣ୍ଡ କରୁଛି ‘#ଇଣ୍ଡିଆ ନିଡ୍ସ ଅକ୍ସିଜେନ୍‌’; ଲୋକେ କହିଲେ…

ଇସଲାମାବାଦ,୨୩।୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ସାମ୍ନା କରୁଛି ଭାରତ। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏଥିପାଇଁ କେନ୍ଦ୍ର ସରକାର ବାୟୁସେନାକୁ ସେବାରେ ଲାଗାଇଛନ୍ତି। ସେନାର ପରିବହନ ବିଭାଗ ଅମ୍ଳଜାନ ଭର୍ତ୍ତି ଟ୍ରକ୍‌କୁ ଏୟାରଲିଫ୍ଟ କରୁଛନ୍ତି। ଏଭଳି ସମୟରେ ପାକିସ୍ତାନରେ ‘ଇଣ୍ଡିଆ ନିଡ୍ସ ଅକ୍ସିଜେନ୍‌’ ଅର୍ଥାତ ଭାରତକୁ ଅମ୍ଳଜାନ ଆବଶ୍ୟକ ହ୍ୟାସଟ୍ୟାଗ୍‌ ଟ୍ରେଣ୍ଡ କରୁଛି।

ଭାରତରେ କରୋନା ସଂକ୍ରମିତଙ୍କୁ ଅକ୍ସିଜେନ୍‌ର ଅଭାବ ପଡ଼ୁଥିବାରୁ ପାକିସ୍ତାନୀ ନାଗରିକମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସହାୟତାର ହାତ ବଢ଼ାଇବାକୁ କହୁଛନ୍ତି। ଦିଲ୍ଲୀର ସାହାଯ୍ୟ କରିବାକୁ ସେ ଆଗକୁ ଆସନ୍ତୁ ବୋଲି କହିଛନ୍ତି। କିଛି କିଛି ରାଜନୈତିକ ମତଭେଦ ଭୁଲି ଭାରତୀୟ ଭାଇଭଉଣୀଙ୍କ ପାଇଁ ପ୍ରାର୍ଥନା କରୁଥିବା କହିଛନ୍ତି। ଏହି କଷ୍ଟଦାୟକ ସମୟ ବିରୋଧରେ ଲଢ଼ିବାକୁ ଭଗବାନ ସ୍ବାସ୍ଥ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ସେମାନେ କହୁଛନ୍ତି।

ପାକିସ୍ତାନ ବୋଲର୍‌ ଓ୍ବାସିମ ଆକ୍ରାମଙ୍କ ପୂର୍ବ ସ୍ତ୍ରୀ ଶାନେରା ଏକ ଟୁଇଟ୍‌ କରି ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି। ଏହି ଅଦୃଶ୍ୟ ଭସ୍ମାସୁର ସହ ଲଢ଼ିବାର ଏକମାତ୍ର ଉପାୟ ହେଲା ଏହାକୁ ବୁଝିବା। ନିଜକୁ ଏବଂ ନିଜର ପ୍ରିୟଜନକୁ ସୁରକ୍ଷା ଦେବା। ଭାରତୀୟଙ୍କ ପାଇଁ ସେ ପ୍ରାର୍ଥନା କରୁଛନ୍ତି। ସଂଗ୍ରାମ ଜାରି ରଖାଯାଉ ବୋଲି ସେ କହିଛନ୍ତି।

Share