Categories: ଖେଳ

ପୁଣି ନମ୍ବର-୧ ହେଲା ଭାରତ

ନୂଆଦିଲ୍ଲୀ,୧୯।୧: ଗାବା ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ ଅଷ୍ଟ୍ରେଲିଆ ତୃତୀୟ ନମ୍ବରକୁ ଖସି ଆସିଛି। ୪୩୦ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ ଭାରତ ଶୀର୍ଷରେ ପହଞ୍ଚିଛି। ଏହି ଚାମ୍ପିଅନସିପରେ ସେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି ଭାରତ। ସେଥିମଧ୍ୟରୁ ୯ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚ ହାରି ଯାଇଥିଲା। ଏକ ମ୍ୟାଚ ଡ୍ର ଥିଲା। ଟେଷ୍ଟ ଚାମ୍ପିଅନସିପରେ ୪୨୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ। ଏଥିସହ ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ୧୪ଟି ମ୍ୟାଚ ମଧ୍ୟରୁ ୮ଟି ଜିତିଥିବାବେଳେ ୪ଟି ହାରିଛି। ଦୁଇଟି ମ୍ୟାଚ୍‌ ଡ୍ର ରହିଛି। ଶ୍ରେଷ୍ଠ ପାଞ୍ଚରେ ଇଂଲଣ୍ଡ ଚତୁର୍ଥ ଏବଂ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ ରହିଛନ୍ତି।

Share