ଭାରତ-ମାଲେସିଆ ସମ୍ପର୍କକୁ ୬୫ ପୂରଣ…

ନୂଆଦିଲ୍ଲୀ/ମାଲେ, ୧୨।୯ : ଭାରତ ଏବଂ ମାଲେସିଆ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୬୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ କୁଆଲାଲମ୍ପୁରରେ ଏକ ସମ୍ମିଳନୀରେ ଭାରତ-ମାଲେସିଆ @ 65 କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏନେଇ ମାଲେସିଆର ବୈଦେଶିକ ମନ୍ତ୍ରୀ ଦତ୍ତୁକ ସେରି ସୈଫୁଦ୍ଦିନ ଅବଦୁଲ୍ଲା ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆମର ସରକାରୀ ଦ୍ୱିପାକ୍ଷିକ ସମ୍ପର୍କ ୬୫ ବର୍ଷ ପୂରଣ କରିଛି। ଭାରତ ଏବଂ ମାଲେସିଆର ଲୋକଙ୍କ ମଧ୍ୟରେ ସମ୍ପର୍କ କେବଳ ଦ୍ୱିପାକ୍ଷିକ ସମ୍ପର୍କ ନୁହେଁ, ବରଂ ଏହା ଏକ ସଭ୍ୟତା ବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି ଏବଂ ଦୁଇ ଦେଶ ମଧ୍ୟରେ ସଭ୍ୟତା ସମ୍ପର୍କକୁ ଆହୁରି ସ୍ବତନ୍ତ୍ର କରିପାରିଛି। ମାଲେସିଆର ସ୍ବାଧୀନତା ଏବଂ ଉପନିବେଶ ଶାସନର ସମାପ୍ତି ପରେ ମାଲେସିଆ ଏବଂ ଭାରତ ପ୍ରଥମେ ୧୯୫୭ ମସିହାରେ କୂଟନୈସମ୍ପର୍କ ଆରମ୍ଭ ହୋଇଥିଲା। ମାଲେସିଆର ଜନସଂଖ୍ୟା ପ୍ରାୟ ୩.୩ କୋଟି। ସେଥିମଧ୍ୟରେ ପ୍ରାୟ ସାତ ପ୍ରତିଶତ ଅର୍ଥାତ୍‌ ୨୩ ଲକ୍ଷ ଭାରତୀୟ ରହିଛନ୍ତି।

Share