Categories: ଖେଳ

ଇତିହାସ ରଚିଲା ଭାରତ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲେ। ବୁଧବାର ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱର  ଶକ୍ତିଶାଳୀ  ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହ ଭାରତୀୟ ଦଳ ଟାର୍ଗେଟକୁ ପିଛା କରିବା ବେଳେ ଟି -୨୦ ଫର୍ମାଟରେ ୫୦ତମ ବିଜୟ ହାସଲ କରିଛି। ପୂର୍ବରୁ କୌଣସି ଦଳ ଏହା କରିବାକୁ ସକ୍ଷମ ହୋଇନାହାଁନ୍ତି।

ଟି-୨୦ରେ ପିଛା ସମୟରେ…

୫୦ – ଭାରତ
୪୯ – ଅଷ୍ଟ୍ରେଲିଆ
୪୯ – ପାକିସ୍ତାନ
୪୨ – ଇଂଲଣ୍ଡ
୩୫- ଦକ୍ଷିଣ ଆଫ୍ରିକା
୩୨ – ନ୍ୟୁଜିଲାଣ୍ଡ
୩୧ – ଶ୍ରୀଲଙ୍କା
୩୧ – ୱେଷ୍ଟଇଣ୍ଡିଜ
୨୫ – ଆୟର୍ଲାଣ୍ଡ
୨୩ – ନେଦରଲ୍ୟାଣ୍ଡ
୨୨ – ଆଫଗାନିସ୍ତାନ
୨୨ – ବାଂଲାଦେଶ

Share