Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ୮୮ ରନ୍‌ରେ ହରାଇଲା ଭାରତ

ଲଡରହିଲ୍‌, ୮ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି। ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ୧୮୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ଓ୍ବେଷ୍ଟଇଣ୍ଡିଜ ୧୫.୪ ଓଭରରେ ୧୦୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋର ସିମରନ ହେଟ୍‌ମେର ୫୬ ରନ୍‌ କରିଥିଲେ। ଶାମରା ବ୍ରୁକ୍ସ ୧୩ ଓ ଉଇକେଟ୍‌କିପର ଡେଭନ ଥୋମାସ ୧୦ ରନ୍‌ କରିଥିବା ବେଳେ ଅନ୍ୟ କେହି ୨ ଅଙ୍କ ଛୁଇଁପାରି ନ ଥିଲେ। ଭାରତ ପକ୍ଷରୁ ସଫଳ ବୋଲର ରବି ବିଷ୍ଣୋଇ ୪ ଏବଂ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶ୍ରେୟାସ ଆୟାରଙ୍କ ପ୍ରଭାବୀ ବ୍ୟାଟିଂ ସହାୟତାରେ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୧୮୮ ରନ୍‌ କରିଥିଲା। ଶ୍ରେୟାସ ଜାସନ ହୋଲ୍ଡରଙ୍କ ଦ୍ୱାରା କଟ୍‌ ଆଣ୍ଡ୍‌ ବୋଲ୍ଡ ହେବା ପୂର୍ବରୁ ୪୦ ବଲ୍‌ରେ ୮ ଚୌକା ଓ ୨ ଛକା ସହ ୬୪ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ହୁଦା ୩୮ରନ୍‌ (୨୫ବଲ୍‌) କରିଥିଲେ। ଶ୍ରେୟାସ ସିରିଜର ପ୍ରଥମ ୩ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଚତୁର୍ଥ ମ୍ୟାଚ୍‌ରୁ
ବାଦ୍‌ ପଡ଼ିଥିଲେ। ତେବେ ରବିବାର ମ୍ୟାଚ୍‌ରେ ସେ ଅସ୍ବାଭାବିକ ଭାବେ ଓପ୍‌ନର ଭାବେ ଖେଳିବାକୁ ଆସିଥିଲେ। ଇଶାନ କିଶନ ମାତ୍ର ୧୧ ରନ୍‌ କରି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ଶ୍ରେୟାସ ଓ ଦୀପକ ପାର୍ଟନରଶିପ୍‌ରେ ମାତ୍ର ୭.୧ ଓଭରରେ ୭୬ ରନ୍‌ ଯୋଗ କରିଥିଲେ। କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲ୍‌ରୁ ୨୮ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ତରଫରୁ ସଫଳ ବୋଲର ଭାବେ ଓଡିନ୍‌ ସ୍ମିଥ୍‌ ୩୩ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ: ୨୦ ଓଭରରେ ୧୮୮/୭ (ଶ୍ରେୟାସ ଆୟାର-୬୪, ଦୀପକ ହୁଦା-୩୮; ଓଡିନ୍‌ ସ୍ମିଥ୍‌-୩/୩୩, ଡୋମିନିକ୍‌ ଡ୍ରେକ୍ସ-୧/୨୪)।
ଓ୍ବେଷ୍ଟଇଣ୍ଡିଜ: ୧୫.୪ ଓଭରରେ ୧୦୦/ଅଲ୍‌ଆଉଟ (ସିମରନ ହେଟମେର-୫୬; ରବି ବିଷ୍ଣୋଇ -୪/୧୬, କୁଲଦୀପ ଯାଦବ-୩/୧୨, ଅକ୍ଷର ପଟେଲ-୩/୧୫।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri