Posted inଖେଳ

ହଂକଂକୁ ୯ ଉଇକେଟରେ ହରାଇଲା ଭାରତ

ମଙ୍ଗ କକ୍‌ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍‌ ମହିଳା ଏମର୍ଜିଂ ଏସିଆ କପ୍‌ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍‌ର ଏକାଧିକ ଖେଳାଳିଙ୍କୁ ନେଇ ଖେଳୁଥିବା ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ମାତ୍ର ୨ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ହଂକଂ ୩୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଭାରତ ୫.୨ ଓଭରରେ ଏକ ଉଇକେଟ ହରାଇ ଆବଶ୍ୟକ ରନ୍‌ କରି ନେଇଥିଲା।
ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ୧୯ ବର୍ଷରୁ କମ୍‌ ଦଳର ଖେଳାଳି ତିତାସ୍‌ ସାଧୁ ଓ ମନ୍ନତ କଶ୍ୟପ ଭାରତ ପାଇଁ ବୋଲିଂ ଆରମ୍ଭ କରିଥିଲେ। ମନ୍ନତ ୨ ଓ ସାଧୁ ଗୋଟିଏ ଉଇକେଟ ନେଇଥିବା ବେଳେ ଅଷ୍ଟମ ଓଭର ବୋଲିଂ କରିଥିଲେ ଆରସିବିର ଷ୍ଟାର ଖେଳାଳି ଶ୍ରେୟଙ୍କା। ପ୍ରଥମ ବଲ୍‌ରୁ ଉଇକେଟ ନେବା ସହିତ ସେ ୩ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ସହିତ ୨ ରନ୍‌ ଦେଇ ୫ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲେ। ଅନ୍ୟ ଭାରତୀୟ ବୋଲରଙ୍କ ମଧ୍ୟ ମନ୍ନତ କଶ୍ୟପ ଓ ପାର୍ଶଭି ଚୋପ୍ରା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ହଂକଂ ପକ୍ଷରୁ ମାରିକୋ ହିଲ୍‌(୧୪)ଏକମାତ୍ର ଖେଳାଳି ଭାବରେ ଦୁଇ ଅଙ୍କ ସ୍କୋରରେ ପହଞ୍ଚିଥିଲେ। ହଂକଂ ୧୪ ଓଭରରେ ୩୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଭାରତ ୫.୨ ଓଭରରେ ୧ ଉଇକେଟ ହରାଇ ୩୮ ରନ୍‌ କରିଥିଲା। ଶ୍ୱେତା ଶେରାଓ୍ବତ ୨ ରନ୍‌ କରି ଆଉଟ ହୋଇଥିବା ବେଳେ ଉମା ଚେତ୍ରୀ ୧୬ ଓ ଗୋଙ୍ଗାଡି ତ୍ରିଶା ୧୯ରନ୍‌ରେ ଅପରାଜିତ ରହି ଦଳକୁ ବିଜୟୀ କରିଥିଲେ। ୧୫ ତାରିଖରେ ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ନେପାଳକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ହଂକଂ ୧୪ ଓଭରରେ ୩୪/୧୦(ମାରିକୋ ହିଲ୍‌-୧୪, ଶ୍ରେୟଙ୍କା ପାଟିଲ-୫/୨, ମନ୍ନତ କଶ୍ୟପ-୨/୨,ପାର୍ଶଭି ଚୋପ୍ରା-୨/୧୨)। ଭାରତ ୫.୨ ଓଭରରେ ୩୮/୧(ଗୋଙ୍ଗାଡି ତ୍ରିଶା-୧୯*, ଉମା ଚେତ୍ରୀ-୧୬*, ବେଟ୍ଟୀ ଚାନ୍‌-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri