Posted inଖେଳ

ଭାରତ ହାରିଲା କେବଳ ରୋହିତଙ୍କ ଏହି ନିଷ୍ପତ୍ତି ପାଇଁ: ଗମ୍ଭୀର-ଓ୍ବାସିମ ଆକ୍ରାମ…

କୋଲକାତା,୨୧।୧୧ :  ଭାରତର ବିଶ୍ୱକପ ଟ୍ରଫି ଜିତିବାର ସ୍ବପ୍ନ ୧୨ ବର୍ଷ ପରେ ସାକାର ହୋଇପାରିଲା ନାହିଁ। ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଛି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନମାନେ ଟାଇଟଲ ମ୍ୟାଚରେ ଟିମ ଇଣ୍ଡିଆର ପରାଜୟର ଭିନ୍ନ କାରଣ ଦେଉଛନ୍ତି। ଏନେଇ ଅଧିନାୟକ ରୋହିତ ଶର୍ମାଙ୍କ ମୁଣ୍ଡରେ ଅଠା ବୋଳା ଯାଉଛି।

ପରାଜୟର ମୁଖ୍ୟ କାରଣ ସୁନୀଲ ଗାଭାସ୍କର ଏବଂ ବିରେନ୍ଦ୍ର ସେହୱାଗ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ମଧ୍ୟରେ ୬୭ ରନା ମନ୍ଥର ଭାଗିଦାରୀକୁ ଦର୍ଶାଇଥିବା ବେଳେ ହରଭଜନ କହିଛନ୍ତି ଅହମଦାବାଦ ପିଚ ଭାରତୀୟ ଦଳ ପାଇଁ ବିପର୍ଯ୍ୟୟ ପାଲଟିଛି। ଏବେ ଗୌତମ ଗମ୍ଭୀର ଏବଂ ୱାସିମ ଆକ୍ରାମଙ୍କ ବିବୃତ୍ତି ଆସିଛି। ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅର୍ଡର ରେ ପରିବର୍ତ୍ତନ ନେଇ ଗମ୍ଭୀର ଏବଂ ଆକ୍ରାମ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ସ୍ପୋର୍ଟସକେଡା ସହିତ କଥାବାର୍ତ୍ତା କରୁଥିବାବେଳେ ଷଷ୍ଠ ନମ୍ବର ପରିବର୍ତ୍ତେ ସୂର୍ଯ୍ୟଙ୍କୁ ସାତ ନମ୍ବରରେ ବ୍ୟାଟ କରିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ବୁଝିପାରୁ ନାହିଁ ଜାଡେଜାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ କାହିଁକି ପଠାଗଲା? ସୂର୍ଯ୍ୟଙ୍କୁ କାହିଁକି ସାତ ନମ୍ବରରେ ପଠାଇବାକୁ ନିଷ୍ପତ୍ତି ନିଆଗଲା? ମୋ ଅନୁଯାୟୀ ଏହି ନିଷ୍ପତ୍ତି ଠିକ ନୁହେଁ।”

ଗୌତମ ଗମ୍ଭୀରଙ୍କ ସହ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରାମ ମଧ୍ୟ ବ୍ୟାଟିଂ କ୍ରମ ପରିବର୍ତ୍ତନ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି। ସେ କହିଛନ୍ତି, “ମୋର କହିବାର ଅର୍ଥ ହେଉଛି ସେ ଦଳରେ ବ୍ୟାଟ୍ସମ୍ୟାନ ଭାବରେ ଖେଳୁଥିଲେ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପସ୍ଥିତ ଥିଲେ ମୁଁ ଏହି ପଦକ୍ଷେପକୁ ହୁଏତ ଠିକ ବୋଲି ବୁଝିପାରିଥା’ନ୍ତି।”

ଗମ୍ଭୀର ଆହୁରି କହିଛନ୍ତି ଯଦି ଫାଇନାଲ ମ୍ୟାଚରେ ସୂର୍ଯ୍ୟଙ୍କୁ ୬ ନମ୍ବରରେ ପଠାଯାଇଥାନ୍ତା, ବୋଧହୁଏ କିଛି ଅଲଗା ହୋଇଥାନ୍ତା। ସେ କହିଛନ୍ତି, ତୁମେ ଭାବୁଛ, ଯଦି କେ.ଏଲ ରାହୁଲ ଏହି ସ୍ବଭାବ ସହିତ କୋହଲିଙ୍କ ସହିତ ଖେଳୁଥିଲେ, ତେବେ ସୂର୍ଯ୍ୟକୁମାରଙ୍କୁ ପଠାଇ ଆକ୍ରମଣକାରୀ କ୍ରିକେଟ ଖେଳିବାର ନିଷ୍ପତ୍ତି ବୁଝାମଣା ହୋଇଥାନ୍ତା, କାରଣ ସେତେବେଳେ ତୁମର ପଛରେ ଜାଡେଜା ଥିଲେ।

ଗମ୍ଭୀର ଆହୁରି କହିଛନ୍ତି, “ଜଣେ ବିଶେଷଜ୍ଞ ହିସାବରେ ସୂର୍ଯ୍ୟକୁମାର ସଂଘର୍ଷ କରୁଛନ୍ତି ବୋଲି କହିବା ଅତ୍ୟନ୍ତ ସହଜ, କିନ୍ତୁ ଖେଳାଳିଙ୍କ ମାନସିକତା ହେଉଛି ଯଦି ସେ ଆଉଟ ହୋଇ ଯାଆନ୍ତି ତେବେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ମହମ୍ମଦ ଶାମି, ବୁମରା ଏବଂ ସିରାଜ ହେବେ। ଜାଡେଜା ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଭାବରେ ଆସିବେ ବୋଲି ଚିନ୍ତା କରିଥିଲେ ତାଙ୍କର ମାନସିକତା ଭିନ୍ନ ହୋଇଥାନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?