ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ମାର୍ଗଦର୍ଶକ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ସାରା ଦେଶ ମହାଆଡମ୍ବର ସହକାରେ ପାଳନ କରୁଛି। ଏପରିକି ସ୍ବାଧୀନତା ପରଠାରୁ ଦେଶ ଅନେକ କ୍ଷେତ୍ରରେ ଆଗକୁ ବଢିସାରିଛି। ହେଲେ ଏକବିଂଶ ଶତାବ୍ଦୀରେ ଭାରତ ଆଜି ଷ୍ଟାର୍ଟଅପ କ୍ଷେତ୍ରରେ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଭାରତରେ ବର୍ତ୍ତମାନ ୭୫,୦୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ ୟୁନିଟ ରହିଛି।

ଡିପାର୍ଟମେଣ୍ଟ ଫର୍‌ ପ୍ରୋମୋଶନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଟ୍ରେଡ୍‌ (ଡିପିଆଇଆଇଟି) ର ସହଯୋଗ ଓ ସହାୟତାରେ ସାରା ଦେଶର ଯୁବପିଢୀ ନିଯୁକ୍ତି ପଛରେ ନ ଗୋଡାଇ ନିଯୁକ୍ତି ସୃଷ୍ଟି କରିପାରୁଛନ୍ତି। ଦେଶରେ ୭୫ହଜାରରୁ ଅଧିକ ଷ୍ଟାର୍ଟଅପ ରେକର୍ଡ ହୋଇଥିବା ବିଭାଗ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି। ଏହି ସଂଖ୍ୟା ସାରା ବିଶ୍ୱର ଯେ କୌଣସି ରାଷ୍ଟ୍ର ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି କୁହାଯାଇଛି। ଗତ ୨୦୧୫ ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତର ପରିକଳ୍ପନା କରିଥିଲେ, ଯାହା ଲୋକଙ୍କ ଉଦ୍ୟମଶୀଳତା କ୍ଷମତା ଆଧାରରେ ସାରା ବିଶ୍ୱରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବାର କ୍ଷମତା ଉଭୟ ଦେଶ ଓ ଯୁବବର୍ଗଙ୍କ ପାଖରେ ରହିଛି ବୋଲି ମୋଦି ମତବ୍ୟକ୍ତ କରିଥିଲେ। ଏପରିକି ୨୦୧୬ ଜାନୁୟାରୀ ୧୬ରେ ଦେଶର ଏକ ଆକ୍ସନ ପ୍ଲାନର ମୂଳଦୁଆ ପଡିଥିଲା। ଏଥିରେ ଇନୋଭେଶନ ଏବଂ ଷ୍ଟାର୍ଟଅପକୁ ବଳ ଦେବା ପାଇଁ ଏକ ମଜଭୁତ ଇକୋସିଷ୍ଟମ ମଧ୍ୟ ଗଠନ କରାଯାଇଥିଲା। ଏହି କାରଣରୁ ଜାନୁୟାରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟଅପ ଦିବସ ଭାବେ ପାଳନ କରାଯାଉଛି। ଗତ ୬ ବର୍ଷ ପରେ ଦେଶ ଆଜି ଷ୍ଟାର୍ଟଅପ ଦୁନିଆରେ ଏକ ମହାଶକ୍ତି ହେବା ସହ ବିଶ୍ୱର ୩ୟ ସବୁଠୁ ବଡ଼ ଇକୋସିଷ୍ଟମ ହେବାରେ ମଧ୍ୟ ସଫଳ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ୧୦ହଜାର ଷ୍ଟାର୍ଟଅପକୁ ୮୦୮ଦିନରେ ଚିହ୍ନଟ କରାଯାଇଥିଲା। କିନ୍ତୁ ଶେଷ ୧୦ ହଜାର ଷ୍ଟାର୍ଟଅପ ମାତ୍ର ୧୫୬ ଦିନରେ ପ୍ରସ୍ତୁତ କରାଯାଇଥିଲା। ସେହିପରି ଦେଶରେ ପ୍ରତିଦିନ ୮୦ରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ଦିଆଯାଉଛି। ମୋଟ ମାନ୍ୟତା ହାସଲ କରିଥିବା ଷ୍ଟାର୍ଟଅପ ମଧ୍ୟରୁ ପ୍ରାୟ ୧୨% ଆଣ୍ଟି ସର୍ଭିସେସ, ୯% ହେଲଥ ଏବଂ ଲାଇଫ ସାଇନ୍ସ, ୭% ଶିକ୍ଷା, ୫% ବ୍ୟବସାୟିକ ଏବଂ ବାଣିଜି୍ୟକ ସେବା ଏବଂ ୫% କୃଷି କ୍ଷେତ୍ରରେ କାମ କରୁଛନ୍ତି। ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ବର୍ତ୍ତମାନ ସୁଦ୍ଧା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି। ଗତ ୬ ବର୍ଷ ତୁଳନାରେ ୧୧୦% ବାର୍ଷିକ ବୃଦ୍ଧି ସହ ୨୦୨୧ ଏପ୍ରିଲ ୧ରେ ଭାରତ ସରକାରଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ ଇଣ୍ଡିଆ ସିଡ୍‌ ଫଣ୍ଡ ସ୍କିମ୍‌(ଏସ୍‌ଆଇଏସ୍‌ଏଫଏସ୍‌)ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏସ୍‌ଆଇଏସ୍‌ଏଫ୍‌ଏସ୍‌ ଅଧୀନରେ ଡିପିଆଇଆଇଟି ଦ୍ୱାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ ପାଇଁ ଯୋଗ୍ୟ ବିଭାଗକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri