ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ମାର୍ଗଦର୍ଶକ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ସାରା ଦେଶ ମହାଆଡମ୍ବର ସହକାରେ ପାଳନ କରୁଛି। ଏପରିକି ସ୍ବାଧୀନତା ପରଠାରୁ ଦେଶ ଅନେକ କ୍ଷେତ୍ରରେ ଆଗକୁ ବଢିସାରିଛି। ହେଲେ ଏକବିଂଶ ଶତାବ୍ଦୀରେ ଭାରତ ଆଜି ଷ୍ଟାର୍ଟଅପ କ୍ଷେତ୍ରରେ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଭାରତରେ ବର୍ତ୍ତମାନ ୭୫,୦୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ ୟୁନିଟ ରହିଛି।

ଡିପାର୍ଟମେଣ୍ଟ ଫର୍‌ ପ୍ରୋମୋଶନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଟ୍ରେଡ୍‌ (ଡିପିଆଇଆଇଟି) ର ସହଯୋଗ ଓ ସହାୟତାରେ ସାରା ଦେଶର ଯୁବପିଢୀ ନିଯୁକ୍ତି ପଛରେ ନ ଗୋଡାଇ ନିଯୁକ୍ତି ସୃଷ୍ଟି କରିପାରୁଛନ୍ତି। ଦେଶରେ ୭୫ହଜାରରୁ ଅଧିକ ଷ୍ଟାର୍ଟଅପ ରେକର୍ଡ ହୋଇଥିବା ବିଭାଗ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି। ଏହି ସଂଖ୍ୟା ସାରା ବିଶ୍ୱର ଯେ କୌଣସି ରାଷ୍ଟ୍ର ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ ବୋଲି କୁହାଯାଇଛି। ଗତ ୨୦୧୫ ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଭାରତର ପରିକଳ୍ପନା କରିଥିଲେ, ଯାହା ଲୋକଙ୍କ ଉଦ୍ୟମଶୀଳତା କ୍ଷମତା ଆଧାରରେ ସାରା ବିଶ୍ୱରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିବାର କ୍ଷମତା ଉଭୟ ଦେଶ ଓ ଯୁବବର୍ଗଙ୍କ ପାଖରେ ରହିଛି ବୋଲି ମୋଦି ମତବ୍ୟକ୍ତ କରିଥିଲେ। ଏପରିକି ୨୦୧୬ ଜାନୁୟାରୀ ୧୬ରେ ଦେଶର ଏକ ଆକ୍ସନ ପ୍ଲାନର ମୂଳଦୁଆ ପଡିଥିଲା। ଏଥିରେ ଇନୋଭେଶନ ଏବଂ ଷ୍ଟାର୍ଟଅପକୁ ବଳ ଦେବା ପାଇଁ ଏକ ମଜଭୁତ ଇକୋସିଷ୍ଟମ ମଧ୍ୟ ଗଠନ କରାଯାଇଥିଲା। ଏହି କାରଣରୁ ଜାନୁୟାରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟଅପ ଦିବସ ଭାବେ ପାଳନ କରାଯାଉଛି। ଗତ ୬ ବର୍ଷ ପରେ ଦେଶ ଆଜି ଷ୍ଟାର୍ଟଅପ ଦୁନିଆରେ ଏକ ମହାଶକ୍ତି ହେବା ସହ ବିଶ୍ୱର ୩ୟ ସବୁଠୁ ବଡ଼ ଇକୋସିଷ୍ଟମ ହେବାରେ ମଧ୍ୟ ସଫଳ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ୧୦ହଜାର ଷ୍ଟାର୍ଟଅପକୁ ୮୦୮ଦିନରେ ଚିହ୍ନଟ କରାଯାଇଥିଲା। କିନ୍ତୁ ଶେଷ ୧୦ ହଜାର ଷ୍ଟାର୍ଟଅପ ମାତ୍ର ୧୫୬ ଦିନରେ ପ୍ରସ୍ତୁତ କରାଯାଇଥିଲା। ସେହିପରି ଦେଶରେ ପ୍ରତିଦିନ ୮୦ରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ଦିଆଯାଉଛି। ମୋଟ ମାନ୍ୟତା ହାସଲ କରିଥିବା ଷ୍ଟାର୍ଟଅପ ମଧ୍ୟରୁ ପ୍ରାୟ ୧୨% ଆଣ୍ଟି ସର୍ଭିସେସ, ୯% ହେଲଥ ଏବଂ ଲାଇଫ ସାଇନ୍ସ, ୭% ଶିକ୍ଷା, ୫% ବ୍ୟବସାୟିକ ଏବଂ ବାଣିଜି୍ୟକ ସେବା ଏବଂ ୫% କୃଷି କ୍ଷେତ୍ରରେ କାମ କରୁଛନ୍ତି। ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ବର୍ତ୍ତମାନ ସୁଦ୍ଧା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି। ଗତ ୬ ବର୍ଷ ତୁଳନାରେ ୧୧୦% ବାର୍ଷିକ ବୃଦ୍ଧି ସହ ୨୦୨୧ ଏପ୍ରିଲ ୧ରେ ଭାରତ ସରକାରଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ ଇଣ୍ଡିଆ ସିଡ୍‌ ଫଣ୍ଡ ସ୍କିମ୍‌(ଏସ୍‌ଆଇଏସ୍‌ଏଫଏସ୍‌)ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏସ୍‌ଆଇଏସ୍‌ଏଫ୍‌ଏସ୍‌ ଅଧୀନରେ ଡିପିଆଇଆଇଟି ଦ୍ୱାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ ପାଇଁ ଯୋଗ୍ୟ ବିଭାଗକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri