Posted inଖେଳ

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ୮ ଥର ଚାମ୍ପିୟନ ଓ ୪ ଥର ରନରଅପ୍‌ ହୋଇଛି। ୨୦୨୧ରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଟାଇଟଲ ହାସଲ କରିଥିଲା। ଅର୍ଥାତ୍‌ ଡିଫେଣ୍ଡିଂ ଚାମ୍ପିୟନଭାବେ ଭାରତ ଏହି ଟୁର୍ନାମେଣ୍ଟ ଖେଳୁଛି। ମାତ୍ର ଦଳ ପାଇଁ ଲକ୍ଷ୍ୟ ସହଜ ହେବନାହିଁ। କାରଣ କୁଏଟ୍‌ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷରେ ଭାରତର ରେକର୍ଡ ମଧ୍ୟ ଭଲ ନାହିଁ। ତେଣୁ ଆଗାମୀ ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଫୁଟବଲପ୍ରେମୀ ଆଶା ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତିଯୋଗିତାକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାପାଇଁ କୁଏଟ୍‌ ଓ ଲେବାନନ୍‌କୁ ଆମନ୍ତ୍ରଣୀୟ ଦଳଭାବେ ଏଥର ସୁଯୋଗ ମିଳିଛି।
ଫାଇନାଲ ପଥରେ ଭାରତ-କୁଏଟ୍‌
ଚଳିତ ସଂସ୍କରଣରେ ୨ଟି ଯାକ ଦଳ ଭାରତ ଓ କୁଏଟ୍‌ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିଲେ। ପାକିସ୍ତାନକୁ ୪-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ମ୍ୟାଚରେ ନେପାଳକୁ ୨-୦ ଗୋଲରେ ପରାସ୍ତ କରିଥିଲା। କୁଏଟ୍‌ ସହିତ ଅନ୍ତିମ ମୁକାବିଲା କିନ୍ତୁ ୧-୧ ଗୋଲରେ ଡ୍ର ରହିଥିଲା। ଅଧିନାୟକ ସୁନୀଲ ଛେତ୍ରୀଙ୍କ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍‌ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧ ଇଞ୍ଜୁରି ଟାଇମ୍‌ରେ ଅନଓ୍ବର ଅଲୀଙ୍କ ଆତ୍ମଘାତୀ ଗୋଲ ଯୋଗୁ ଭାରତ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଥିଲା। ସେହିପରି ଭାରତ ବିପକ୍ଷ ଶେଷ ମ୍ୟାଚକୁ ଡ୍ର ରଖିବା ପୂର୍ବରୁ କୁଏଟ୍‌ ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚରେ ନେପାଳକୁ ୩-୧ ଓ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୪-୨ ଗୋଲରେ ଲେବାନନକୁ ହରାଇଥିଲା ଏବଂ କୁଏଟ୍‌ ଅତିରିକ୍ତ ସମୟ (ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ)ରେ ଗୋଟିଏ ଗୋଲ ଦେଇ ବାଂଲାଦେଶକୁ ୧-୦ରେ ପରାସ୍ତ କରିଥିଲା।
ମହେଶ ଗାଓ୍ବଲିଙ୍କୁ ଗୁରୁଦାୟିତ୍ୱ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଇଗର ଷ୍ଟିମାକ୍‌ ୨ଟି ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ତେଣୁ ସେମିଫାଇନାଲ ପରି ଫାଇନାଲରେ ମଧ୍ୟ ସହକାରୀ କୋଚ୍‌ ମହେଶ ଗାଓ୍ବଲିଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ”ଗତ କୁଏଟ୍‌ ଓ ଲେବାନନ୍‌ ବିପକ୍ଷ ମ୍ୟାଚ ଉତ୍ତେଜନାପୂର୍ଣ୍ଣ ରହିଥିଲା। ତେଣୁ ଫାଇନାଲରେ ଧୈର୍ଯ୍ୟର ସହ ଥଣ୍ଡା ମନରେ ଖେଳିବାକୁ ମୁଁ ଖେଳାଳିଙ୍କୁ ପରାମର୍ଶ ଦେଇଛି। ଏହା ଭିନ୍ନ ଧରଣର ଗେମ୍‌ ହୋଇଥିଲେ ହେଁ ଆମେ ଭଲ ପ୍ରଦର୍ଶନ ବଜାୟ ରଖିବାନେଇ ଆଶାବାଦୀ ଅଛୁ“ ବୋଲି ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଗାଓ୍ବାଲି ପ୍ରକାଶ କରିଛନ୍ତି। ତେବେ କୁଏଟ୍‌ କଡ଼ା ଟକ୍କର ଦେବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ଜଣେ ଖେଳାଳିଭାବେ ଗାଓ୍ବାଲି ୨୦୦୫ କରାଚୀ ଓ ୨୦୧୧ ନୂଆଦିଲ୍ଲୀରେ ଟ୍ରଫି ଜିତି ସାରିଛନ୍ତି। ମାତ୍ର କୋଚ୍‌ଭାବେ ପ୍ରଥମଥର ପାଇଁ ତାଙ୍କ ନିକଟରେ ଟ୍ରଫି ହାସଲର ସୁଯୋଗ ଆସିଛି। ସସ୍‌ପେଣ୍ଡ ଯୋଗୁ ସେମିଫାଇନାଲ ଖେଳିପାରି ନ ଥିବା ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଆଗାମୀ ମ୍ୟାଚରେ ଖେଳିବେ। କ୍ୟାରିୟରରେ ପ୍ରଥମଥର ପାଇଁ ସାଫ୍‌ ଟାଇଟଲ ଜିତିବାକୁ ସେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ବୋଲ ପ୍ରକାଶ କରିଛନ୍ତି।
କୁଏଟ୍‌ ପାଇଁ ବଡ଼ ସୁଯୋଗ
ଲିଗ୍‌ ମ୍ୟାଚ ଅପେକ୍ଷା ଫାଇନାଲରେ ଭିନ୍ନ ଧରଣର ଗେମ୍‌ ହୋଇଥାଏ ବୋଲି କୁଏଟ୍‌ ମୁଖ୍ୟ କୋଚ୍‌ ରୁଇ ବେଣ୍ଟୋ ମଧ୍ୟ ସ୍ବୀକାର କରିଛନ୍ତି। ”ପାଇନାଲରେ ପହଞ୍ଚତ୍ବା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ଖେଳ ଉପରେ ଫୋକସ ରଖିବା ସହ ଉତ୍ତମ ପ୍ରଦର୍ଶନ କରିବାକୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି। ଖେଳକୁ ଉପଭୋଗ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ“ ବୋଲି ବେଣ୍ଟୋ କହିଛନ୍ତି। ପର୍ତ୍ତୁଗାଲର ବେଣ୍ଟୋ ଗତବର୍ଷ କୁଏଟ୍‌ ଜାତୀୟ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶେଷଥର ପାଇଁ ୨୦୧୦ରେ କୁଏଟ୍‌ ଆରବିୟାନ ଗଲ୍ଫ କପ୍‌ ଜିତିଥିଲା। ସେତେବେଳେ ଏହି ଦଳ ଫାଇନାଲରେ ସାଉଦି ଆରବକୁ ପରାସ୍ତ କରିଥିଲା। ଦୀର୍ଘ ବ୍ୟବଧାନରେ ଏହି ଦଳ ଲାଗି ଏକ ଟ୍ରଫି ଜିତିବାର ସୁଯୋଗ ଆସିଛି। ଗତ ୨୧ ଦିନ ମଧ୍ୟରେ କୁଏଟ୍‌ ୭ଟି ମ୍ୟାଚ ଖେଳି ସାରିଛି। କମ୍‌ ଦିନ ମଧ୍ୟରେ ଏତେଗୁଡ଼ାଏ ମ୍ୟାଚ ଖେଳିଥିଲେ ହେଁ ଫାଇନାଲରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କୋଚ୍‌ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ବିଦ୍ୟୁତ୍‌ ଟିକସ ବୃଦ୍ଧି ବାତିଲ, ସ୍ମାର୍ଟ ମିଟର ଲଗାଇବା ବନ୍ଦ ନେଇ ସିପିଆଇଏମ୍‌ର ବିକ୍ଷୋଭ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ବିଭିନ୍ନ ବିଷୟକୁ ନେଇ ଓଇଆରସି ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟିପିଏସଓଡିଏଲ…

ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

୪ ମାସ ବିତିନି ପୁଣି ବାଣ ବିସ୍ଫୋରଣ: ଲୋକେ ଭୟଭୀତ

ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri