Categories: ଜାତୀୟ

ଭାରତ ଯୋଡ଼ୋ ଯାତ୍ରା ଆୟୋଜକଙ୍କୁ ଭର୍ତ୍ସନା

କୋଚି,୨୪ା୯(ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପାଇଁ ଜାତୀୟ ରାଜପଥ ସମେତ ବିଭିନ୍ନ ରାସ୍ତା ପାର୍ଶ୍ୱରେ ଫ୍ଲେକ୍ସ ବୋର୍ଡ ଓ ବ୍ୟାନର ଲଗାଯାଇଥିବାରୁ ଏହାର ଆୟୋଜକଙ୍କୁ କେରଳ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ପୋଲିସ ସମେତ ବିଭିନ୍ନ ସରକାରୀ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବା ହାଇକୋର୍ଟ କହିଛନ୍ତି। ଅଦାଲତ ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଜନସାଧାରଣ ଏବଂ ବିଭିନ୍ନ ସଂସ୍ଥା ଆଦୌ ସମ୍ମାନ ନ ଜଣାଇବା ଦୁଃଖଦାୟକ ବୋଲି ଜଷ୍ଟିସ୍‌ ଦେବନ ରାମଚନ୍ଦ୍ରନ କହିଛନ୍ତି। ଭାରତ ଯୋଡ଼ୋ ଯାତ୍ରା ଆୟୋଜକ ବେଆଇନ ଭାବେ ରାସ୍ତାସାରା ବିରାଟ ବୋର୍ଡ, ବ୍ୟାନର ଏବଂ ପତାକା ଲଗାଯାଇଥିବା ଆମିକସ୍‌ କ୍ୟୁରି ହରିଶ ବାସୁଦେବନ ଫଟୋ ସହ ରିପୋର୍ଟ ଦାଖଲ କରିଥିଲେ। ଏହାର ଜରୁରି ଶୁଣାଣି ବେଳେ ହାଇକୋର୍ଟ ଉପରୋକ୍ତ ମତ ଦେଇଛନ୍ତି। ଏଥିସହିତ ସ୍ବାୟତ୍ତ ଶାସନ ବିଭାଗର ପ୍ରମୁଖ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତୁରନ୍ତ ଜବାବ ଦାଖଲ କରିବା ଲାଗି ଉଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Share